thelifelinemedia
Latest Odisha News, Breaking News Today

ପିପିଲେ ମାଙ୍କଡ଼ ଭୟ: ମାଙ୍କଡ଼ ଆକ୍ରମଣରେ ଆହତ ହେଲେଣି ପିଲା ଠୁ ବଡ 

ପିପିଲି :ପିପିଲେ ମାଙ୍କଡ଼ ଭୟ। ପାଗଳ ହନୁ ମାଙ୍କଡ ପୁରା ଅଞ୍ଚଳରେ ଭୟ ଖେଳାଉଛି। ଲୋକଙ୍କୁ ଆକ୍ରମଣ କରୁଛି ମାଙ୍କଡ଼। ପିଲାଠୁ ବଡ ସମସ୍ତେ ମାଙ୍କଡ଼ ଆକ୍ରମଣର ଶିକାର ହୋଇଛନ୍ତି।ପାଗଳ ହନୁ ମାଙ୍କଡ଼ କାମୁଡାରେ ପିପିଲିରେ ୭ ଗୁରୁତର ହୋଇଛନ୍ତି।ପିପିଲି ବିଜ୍ଞାପିତ ପରିଷଦ ଅଂଚଳରେ ପାଗଳ ହନୁ ମାଙ୍କଡ଼ର ଆତଙ୍କ ଦେଖିବାକୁ ମିଳିଛି।ଗୋଡେଇ ଗୋଡେଇ କାମୁଡ଼ିପକାଉଛି ହନୁ ମାଙ୍କଡ। ଭୟ ଭିତରେ ଅଛନ୍ତି ପିପିଲି NAC ବାସିନ୍ଧା। ୭ ରୁ ଅଧିକ ଲୋକଙ୍କୁ କାମୁଡ଼ିଲେଣି ହନୁ ମାଙ୍କଡ଼। ମାଙ୍କଡ଼ କାମୁଡା ରେ ୭ ଜଣ ଗୁରୁତର, ୫ ଜଣ ଛୋଟ ପିଲା ଥିବା ବେଳେ ୨ ଜଣ ମହିଳା ଅଛନ୍ତି

ମାଙ୍କଡ଼ଙ୍କ ଦୌରାତ୍ମ୍ୟରୁ ବର୍ତ୍ତିବା ପାଇଁ ବନ ବିଭାଗ ପାଖରେ ଲୋକେ ଦାବି ରଖିଛନ୍ତି। ତୁରନ୍ତ ମାଙ୍କଡ଼କୁ କାବୁ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.