ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ

ଗଞ୍ଜାମ:ଗଞ୍ଜାମ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ର ସୂର୍ଯ୍ୟନାରାୟଣପୁର ଛକ ନିକଟରେ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ ।ଭାରତ ପେଟ୍ରୋଲିୟମର ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକର ଗୋଟିଏ ସିଲିଣ୍ଡରରୁ ହଠାତ ନିଆଁ ଲାଗି ଧୂଆଁ ବାହାରିଥିଲା ।
ଡ୍ରାଇଭର ଗାଡିକୁ ଅଟକାଇବା ପରେ ସ୍ଥାନୀୟ ବାସିନ୍ଦା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଗଞ୍ଜାମ ଥାନା ପୋଲିସ ପହଞ୍ଚି ଜାତୀୟ ରାଜପଥର ଉଭୟ ରାସ୍ତାରେ କିଛି ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରଖିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି । ଜଣାପଡୁଛି ଖୋର୍ଦ୍ଧାରୁ ବ୍ରହ୍ମପୁରକୁ ଆସୁଥିଲା ଗ୍ୟାସ ସିଲିଣ୍ଡର ଟ୍ରକ । ବର୍ତ୍ତମାନ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଛି ବୋଲି ଜଣା ପଡିଛି
ନିଆଁ ଲାଗିଥିବା ଡ୍ରାଇଭର ଜାଣି ପାରି ଟ୍ରକଟିକୁ ସେଠାରେ ଅଟକାଇବା ସହ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ଛତ୍ରପୁର ଅଗ୍ନିଶମ ବିଭାଗ ସେଠାରେ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଟ୍ରକର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା । ତେବେ ଟ୍ରକର ଡାଲା ପଟେ ନିଆଁ ଲାଗିନଥିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା