thelifelinemedia
Latest Odisha News, Breaking News Today

ବିଧାୟକଙ୍କ ଦରମା ଓ ପେନସନ ବଢାଇବାକୁ ଗୃହରେ ଉଦବେଗ

ଭୁବନେଶ୍ୱର:ବିଧାୟକଙ୍କ ଦରମା ଓ ପେନସନ ବଢାଇବାକୁ ଗୃହରେ ଉଦବେଗ। ଦଳମତ ନିର୍ବିଶେଷରେ ବିଧାୟକଙ୍କ ଉଦବେଗ।ବିଧାୟକଙ୍କ ଦରମା ଅଢେଇ ଲକ୍ଷ ହେଉ। ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର ହେଉ। ଶୂନ୍ୟକାଳରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ସହ MLA ପାଣ୍ଠି ବୃଦ୍ଧି ପାଇଁ ଦାବି ଉଠିଛି। ଉଭୟ ଶାସକ ଓ ବିରୋଧୀ ଏହି ଦାବି ଉଠାଇଛନ୍ତି। ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ପୂର୍ବରୁ ଏ ନେଇ କମିଟି ଗଠନ ହୋଇଥିଲା। କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରି ରିପୋର୍ଟ ଦେଇଛି। ଏହି ରିପୋର୍ଟ ଆଧାରରେ ଓଡ଼ିଶା ବିଧାୟକଙ୍କ ଦରମା କ୍ଷେତ୍ରରେ ୨୭ ନମ୍ବର ସ୍ଥାନରେ ରହିଛି। ୨୬ ଟି ରାଜ୍ୟ ଠାରୁ ଓଡ଼ିଶା ବିଧାୟକଙ୍କ ଦରମା କମ ରହିଛି। କମିଟି ସୁପାରିଶ କରିଛି ବିଧାୟକଙ୍କ ଦରମା ଅଢେଇ ଲକ୍ଷ ହେଉ। ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର ହେଉ। ବିଧାୟକ ପାଣ୍ଠି ୩ କୋଟି ରୁ ୫ କୋଟିକୁ ବୃଦ୍ଧି କରାଯାଉ।

ସେହିପରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ବହୁ ଦାବି ରହୁଛି। ବ୍ୟକ୍ତିଗତ ସମସ୍ୟା ପାଇଁ ସହାୟତା ମାଗୁଛନ୍ତି। ପୂଜା ପର୍ବାଣୀ, କ୍ରୀଡା ପାଇଁ ବି ସହାୟତା ପ୍ରଦାନ କରିବାକୁ ପଡୁଛି। ପୂର୍ବତନ ବିଧାୟକଙ୍କ ସମସ୍ୟା କହିଲେ ନସରେ। ତେଣୁ ଏ ସଂକ୍ରାନ୍ତରେ ପୂର୍ବ ସରକାରରେ କମିଟି ରିପୋର୍ଟ ଦେଇଛି। ପୂର୍ବ କମିଟି ସୁପାରିସ କରିଥିବା ରିପୋର୍ଟର ୨୦ ପ୍ରତିଶତ ବୃଦ୍ଧି କରାଯାଉ। ବିଧାୟକ ପାଣ୍ଠି ୫ କୋଟିକୁ ବୃଦ୍ଧି କରାଯାଉ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି।ଅନ୍ୟ ରାଜ୍ୟ ଠାରୁ ଓଡ଼ିଶାରେ ବିଧାୟକଙ୍କ ଦରମା ବହୁତ କମ୍। ଏନେଇ ପୂର୍ବରୁ କମିଟି ଯେଉଁ ସୁପାରିଶ କରିଛି ତାକୁ ବିଚାରକୁ ନିଆଯାଉ। ସରକାର ଏହାକୁ ଗୁରୁତର ସହ ବିଚାର କରନ୍ତୁ। ଚଳିତ ଅଧିବେଶନରେ ଏ ସଂକ୍ରାନ୍ତରେ ବିଚାର କରାଯାଉ ବୋଲି ବିଜେପି ବିଧାୟକ ଭାସ୍କର ମଡେଇ ଦାବି କରିଛନ୍ତି।ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଙ୍ଗ। ଗୃହର ସମସ୍ତ ବିଧାୟକଙ୍କ ସହମତି ରହିଥିବା ପ୍ରତୀୟମାନ ହୋଇଛି। ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକ ପେନସନ ବୃଦ୍ଧି, ବିଧାୟକ ପାଣ୍ଠି ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ଆବଶ୍ୟକ ରହିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ରାଜ୍ୟ ସରକାରଙ୍କ ନିକଟରେ ଉଥାପନ୍ କରନ୍ତୁ।ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ତଥ୍ଯ ଜଣାଇବି ବୋଲି କହିଛନ୍ତି ବାଚସ୍ପତି।

Leave A Reply

Your email address will not be published.