thelifelinemedia
Latest Odisha News, Breaking News Today

ଭାରସାମ୍ୟ ହରାଇ ଓଭରବ୍ରିଜରେ ଝୁଲି ରହିଲା ଲଷ୍ମୀ ବସ:ଗୁରୁତର ଡ୍ରାଇଭର , ବହୁ କସରତ ପରେ ବସକୁ ଉଦ୍ଧାର କଲା ଓଡ୍ରାଫ ଟିମ

ବାଲେଶ୍ବର:ବାଲେଶ୍ୱର ଓଭରବ୍ରିଜରେ ଓଲଟି ପଡ଼ିଲା ବସ। ଭରସାମ୍ୟ ହରାଇ ବ୍ରିଜରେ ଝୁଲି ରହିଲା। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଇ ଘଟଣା। ବସରେ କେହି ଯାତ୍ରୀ ନଥିଲେ, କେବଳ ହେଲ୍ପର ଓ ଡ୍ରାଇଭର ଥିଲେ। ବସ ଡ଼୍ରାଇଭର ଆହାତ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି।

ଖବର ପାଇ ଘଟଣା ସ୍ଥଳରେ ଅଗ୍ନି ସମ ବାହିନୀ, ODRAF ଟିମ ପହଞ୍ଚିଥିଲେ।।ଶେଷରେ ବହୁ କସରତ ପରେ ଉଦ୍ଧାର ହୋଇଥିଲା ଲକ୍ଷ୍ମୀ ବସ। ଚାରୋଟି କ୍ରେନ ସାହାଯ୍ୟରେ ଉଦ୍ଧାର କରିଥଲେ ODRAF ଟିମ୍ ଓ ଅଗ୍ନିଶମ ବାହିନୀ। ଲୋକଙ୍କ ରୁଣ୍ଡ ହୋଇଥିଲା ଘଟଣାସ୍ଥଳରେ। ଜରୁରୀକାଳୀନ ଅଧିକାରୀ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ଝୁଲି ରହୁଥିବା ଲକ୍ଷ୍ମୀ ବସର ଉଦ୍ଧାର କାର୍ଯ୍ୟକୁ ସମୀକ୍ଷା କରିଥିଲେ। ନିଶା ପିଇ ଚାଳକ ଗାଡି ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହା ଯାଉଛି। ମୋଡଣୀ ରାସ୍ତା ଥିବାରୁ ବସର ବେଗ ଅଧିକ ଥିବାରୁ ଡ୍ରାଇଭର ଭାରସାମ୍ୟ ରଖି ପାରିନଥିଲେ।

Leave A Reply

Your email address will not be published.