ମହାପ୍ରଭୁଙ୍କୁ ଦର୍ଶନକରି ଭାବ ବିହ୍ଵଳ ହେଲେ ରାଷ୍ଟ୍ରପତି: ଜଗତ କଲ୍ୟାଣ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ଵଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରିବାର ସହିତ ଶ୍ରୀ ମନ୍ଦିର ଆସି କଳା ଠାକୁରଙ୍କ ଦର୍ଶନ କରିଛନ୍ତି ମହା ମହିମ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ରାଷ୍ଟ୍ରପତିଙ୍କ ସହିତ ଥିଲେ।ଏଥିପାଇଁ ଶ୍ରୀମନ୍ଦିରରେ ଦର୍ଶନ କଟକଣା ଲାଗୁ ହୋଇଥିଲା।ରାଷ୍ଟ୍ରପତିଙ୍କ ଦର୍ଶନ ପାଈଁ ବନ୍ଦ ହୋଇଥିଲା ସର୍ବସାଧାରଣ ଦର୍ଶନ।
୫ଦିନିଆ ଓଡିଶା ଗସ୍ତରେ ଅଛନ୍ତି ମହାମହିମ। ଆଜି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତିଙ୍କର। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।ଅପରାହ୍ନରେ ନୌ ସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ। ଆଜି ଶ୍ରୀ ମନ୍ଦିରକୁ ଆସିଲା ବେଳେ ପ୍ରୋଟୋକଲ ଭାଙ୍ଗି ଚାଲି ଚାଲି ଆସିଥିଲେ ରାଷ୍ଟ୍ରପତି। ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ ବୋଲି ରାଷ୍ଟ୍ରପତି କହିଛନ୍ତି।