ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଗଠନ ହେଲା ଟାସ୍କ ଫୋର୍ସ

ଭୁବନେଶ୍ୱର:ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଗଠନ କଲେ ଟାସ୍କ ଫୋର୍ସ। ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ସରକାର କହିଛନ୍ତି।ଏହି ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କଣ ରହିବ, ସେ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବା ପାଇଁ ଏହି Task Force ଗଠନ କରାଯାଇଛି। ଗଠନ ହେବାର ୩୦ ଦିନ ମଧ୍ୟରେ ଏହି Task Force ରିପୋର୍ଟ ଦାଖଲ କରିବ।ମାନ୍ୟବର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି Task Force ଗଠନ କରାଯାଇଛି।
ଏହି Task Force ର ସଦସ୍ୟମାନେ ହେଉଛନ୍ତି
୧. ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ
ଶ୍ରୀ ବିଭୁତି ଭୂଷଣ ଜେନା
୨. ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ
୩. ସାଂସଦ, ନବରଙ୍ଗପୁର ଶ୍ରୀ ବଳଭଦ୍ର ମାଝୀ
୪. ସାଂସଦ, କନ୍ଧମାଳ, ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ
୫. ବିଧାୟକ, ଦିଗପହଣ୍ଡି, ଶ୍ରୀ ସିଦ୍ଧାନ୍ତ ମହାପାତ୍ର
୬. ବିଧାୟକ, ମାଲକାନଗିରି, ଶ୍ରୀ ନରସିଂହ ମାଡକାମି
୭. ବିଧାୟକ, ପାରଳାଖେମୁଣ୍ଡି, ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ
୮. ବିଧାୟକ, ଫୁଲବାଣୀ, ଶ୍ରୀ ଉମାଚରଣ ମଲ୍ଲିକ
୯. ବିଧାୟକ, ପଟ୍ଟାଙ୍ଗୀ, ଶ୍ରୀ ରାମଚନ୍ଦ୍ର କାଡାମ
ଏହା ସହିତ ୩ ଜଣ Ex-Officio ମେମ୍ବର ମଧ୍ୟ ରହିଛନ୍ତି।ସେମାନେ ହେଉଛନ୍ତି – RDC (Southern Division), RDC (Central Division) ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଏହାର Member Convener ଅଛନ୍ତି।