thelifelinemedia
Latest Odisha News, Breaking News Today

ପୋଲାଭରମ ପ୍ରସଙ୍ଗରେ ଦିଲ୍ଲୀ ଯିବ ବିଜେଡି: ୭ ଜଣିଆ ଟିମ ଗଠନ କଲା ଦଳ 

ଭୁବନେଶ୍ୱର: ପୋଲାଭରମ ପ୍ରସଙ୍ଗରେ ଦିଲ୍ଲୀ ଯିବ ବିଜେଡି। ପ୍ରକଳ୍ପ ବାବଦରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ। ୫ ତାରିଖ ଯାଏ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର ଦିଆଯିବ। ଦିଲ୍ଲୀ ଅଭିମୁଖେ ଓଡିଶାରୁ ଯିବେ ୭ ଜଣିଆ ଟିମ ଓ ସେଠାରେ ସାତ ଜଣ ସାଂସଦ ଏହି ଟିମ ସହ ସାମିଲ ହେବେ। କମିଟିରେ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ରହିଛନ୍ତି। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟିର ସପୋର୍ଟ ଦେଲେ। ଟିଡିପି ମଧ୍ୟ ଏହି କାର୍ଯ୍ୟ ସାରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି। ଏନଜିଟି ଅର୍ଡରକୁ ବି ଷ୍ଟେ କରି କାର୍ଯ୍ୟ କରାଯାଉଛି। ଏସବୁ ସମସ୍ୟାକୁ ଆଡ୍ରେସ କରିବାକୁ ଉଦ୍ୟମ କରିବ ବିଜେଡି। ମାଲକାନଗିରିରେ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ବିଜେଡି ଟିମ ରିପୋର୍ଟ ଦେଇଥିଲେ। ପୋଲାଭରମ ପ୍ରକଳ୍ପରେ ୩୬ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନକୁ ୫୦ ଲକ୍ଷ କ୍ୟୁସେକରେ ପରିବର୍ତ୍ତନ ପରେ କ୍ଷୟକ୍ଷତିର ଆକଳନ ହୋଇନି। ବିଜେଡି ଟିମ ପୋଲାଭରମ ସାଇଟରେ ପ୍ରସ୍ତୁତି ଦେଖିଥିଲା। ଅଥରୀଟି ନରସିଂହ ମୂର୍ତି ଓ ଟେକ୍ନିକାଲ ଟିମ ସହ ଆଲୋଚନା ହେଲା। କିନ୍ତୁ ସେମାନେ ପ୍ରକଳ୍ପକୁ ନେଇ ସବିଶେଷ ତଥ୍ୟ ଦେଲେ ନାହିଁ। ୨୦୦୭ ରୁ ଟ୍ରାଇବଲ ଆଫେୟାର୍ସ, ଜଙ୍ଗଲ ପରିବେଶ ବିଭାଗର ନିର୍ଦେଶ ଉଲ୍ଲଙ୍ଘନ ସମ୍ପର୍କରେ କଥା ଉଠାଇ ଆସୁଛି ଦଳ। ଆଇନଗତ ଲଢେଇ ମଧ୍ୟ କରାଯାଉଛି। ପ୍ରକଳ୍ପର ପରିବର୍ତ୍ତନ ଡିଜାଇନର କ୍ଷୟକ୍ଷତି ଆକଳନ କରାଯାଇ ସୁପ୍ରିମକୋର୍ଟକୁ ଦିଆଯାଇନି। ପ୍ରଥମେ ବ୍ୟାକ ୱାଟର ୧୭୪.୨୨ ମିଟର ରହିବ ବୋଲି ଆକଳନ କରାଯାଇଥିଲା। ପରେ ୨୧୩ ମିଟର ଯାଏ ରହିବ ବ୍ୟାକ ୱାଟର ବୋଲି କୁହାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୩୨.୨୮ ବ୍ୟାକ ୱାଟର ରହିବ ବୋଲି ଆଇଆଇଟି ରୁରକି ଆକଳନ କରିଛି। ଏ ସମ୍ପର୍କରେ ଅଥରୀଟି ଟେକ୍ନିକାଲ କ୍ଳାରୀଟି ଦେଲେନି। ବର୍ତ୍ତମାନ ନିଷ୍ପତ୍ତି ଅନୁଯାୟୀ ବିଜେଡି ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ।

Leave A Reply

Your email address will not be published.