thelifelinemedia
Latest Odisha News, Breaking News Today

ରାଜ୍ୟରେ ଆଳୁ ଷ୍ଟକ ଅଛି: ଲୋକଙ୍କୁ ବ୍ୟସ୍ତ ନ ହେବାକୁ କହିଲା କଟକ ଯୋଗାଣ ବିଭାଗ 

କଟକ : ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ରହିଛି। କୌଣସି ଅଭାବ ନାହିଁ, ଆବଶ୍ୟକତା ଠାରୁ ଅଧିକ ଆଳୁ ଅଛି। ତେଣୁ କୌଣସି ବ୍ୟସ୍ତ ହେବା ଦରକାର ନାହିଁ ବୋଲି ଲୋକଙ୍କୁ କହିଛି ଯୋଗାଣ ବିଭାଗ।ପ୍ୟାନିକ୍ ବା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ଆଳୁ ଷ୍ଟକ୍”। ଖାଉଟିଙ୍କ ଉଦ୍ଦେଶ୍ୟରେ କଟକ ଯୋଗାଣ ବିଭାଗର ପରାମର୍ଶ। ଏକ ହଜାର ଟନ୍ ଆଳୁ ମହଜୁଦ ଥିବା କହିଲା ଯୋଗାଣ ବିଭାଗ। ଆଜି ପଶ୍ଚିମବଙ୍ଗ ରୁ ତିନିଟି ଏବଂ ଉତ୍ତର ପ୍ରଦେଶରୁ ଦୁଇଟି ଆଳୁ ଗାଡି ଆସିଥିବା ଯୋଗାଣ ଅଧିକାରୀଙ୍କ ସୂଚନା। ଉତ୍ତର ପ୍ରଦେଶର ଆଳୁ ଦର କ୍ୟୁଣ୍ଟାଲ ପିଛା ୩୫୦୦ ରୁ ୩୬୦୦ ଟଙ୍କା ରହିଛି। ପଶ୍ଚିମବଙ୍ଗର ଆଳୁ ଦର କ୍ୟୁଣ୍ଟାଲ ପିଛା ୩୭୦୦ ରୁ ୩୮୦୦ ଟଙ୍କା ରହିଛି। ଖୁଚୁରା ବ୍ୟବସାୟୀ ମାନଙ୍କୁ ଆଳୁ କିଲୋ ପିଛା ୪୩ ରୁ ୪୪ ଟଙ୍କା ଭିତରେ ବିକ୍ରି କରିବାକୁ ତାଗିଦ୍ କଲା ଯୋଗାଣ ବିଭାଗ। ଦୂର ବ୍ୟବସାୟୀ ୪୫ ଟଙ୍କାରେ ବିକ୍ରି କରନ୍ତୁ ବୋଲି କହିଲା ଯୋଗାଣ ବିଭାଗ। ଉତ୍ତର ପ୍ରଦେଶରୁ ତିନି ଶହ ଟ୍ରକ୍ ଆଳୁ ଆସିବା ନେଇ କୌଣସି ସୂଚନା ଆମ ପାଖରେ ନାହିଁ ବୋଲି କହିଲା କଟକ ଯୋଗାଣ ବିଭାଗ।

Leave A Reply

Your email address will not be published.