thelifelinemedia
Latest Odisha News, Breaking News Today

ଯାତ୍ରା ପେଣ୍ଡାଲରେ ଅଶ୍ଲିଳତା ପ୍ରସଙ୍ଗ : ବିଧାନସଭାରେ ଉଦବେଗ ପ୍ରକାଶ କଲେ ବାବୁ ସିଂ 

ଭୁବନେଶ୍ୱର:ବିଧାନସଭାରେ ଉଠିଲା ଯାତ୍ରା ପେଣ୍ଡାଲରେ ଅଶ୍ଲିଳତା ପ୍ରସଙ୍ଗ। ଦିନକୁ ଦିନ ଯାତ୍ରା ମଞ୍ଚରେ ଅଶ୍ଲିଳତା ବଢ଼ି ଚାଲିଛି।  ଅଶ୍ଲିଳତା ସୀମା ପାର ହୋଇଛି। ଏହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ଵାବୁ ସିଂ। ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଓଡ଼ିଶାର କଳା ଓ ସଂସ୍କୃତିକୁ କଳୁଷିତ କରାଯାଉଛି। ଯାତ୍ରା ଓପନ ପେଣ୍ଡାଲରେ ଜିଅନ୍ତା ଘୁଷୁରି ଓ ଜିଅନ୍ତା କୁକୁଡ଼ା ଖିନଭିନ କରି ଖାଇବା ଚିତ୍ର ଦର୍ଶକଙ୍କ ଆଗରେ ପ୍ରଦର୍ଶିତ ହେଉଛି। ଓଡ଼ିଶାର କଳା ସଂସ୍କୃତି ପ୍ରତି ଏହା ଅପମାନ। ଏହା। ଦ୍ୱାରା ଓଡିଶାକଳା ବହୁତ ତଳକୁ ଖସି ଯାଉଛି। ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଛି ବିଜେପି। ଓଡ଼ିଶାର କଳା ଓ ସଂସ୍କୃତିକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ପାଇଁ ବାଚସ୍ପତିଙ୍କ ରୁଲି ଦାବି କରିଛନ୍ତି ବାବୁ ସିଂ।

ବ୍ରହ୍ମପୁରରେ ଏକ ଯାତ୍ରା ମଞ୍ଚରେ ଜଣେ କଳାକାର ଜିଅନ୍ତା ଘୁଷୁରୀ ଖାଉଥିବାର ଦୃଶ୍ୟ ଭାଇରଲ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଥିଲା।

Leave A Reply

Your email address will not be published.