thelifelinemedia
Latest Odisha News, Breaking News Today

ଓଡିଶାରେ ପହଁଚିଲା ଉତ୍ତର ପ୍ରଦେଶ ଆଳୁ: ଦର କମିବା ନେଇ ଆଶା 

ଭୁବନେଶ୍ୱର:ଓଡିଶା ବଜାରରେ ପହଁଚିଲା ଉତ୍ତର ପ୍ରଦେଶ ଆଳୁ। ଦର ବଢୁଥିବା ସମୟରେ ଉତ୍ତର ପ୍ରଦେଶରୁ ଓଡିଶାକୁ ଆଳୁ ଆସିଛି।ବହୁ କସରତ ପରେ ଶେଷରେ ଓଡିଶାରେ ପହଞ୍ଚିଲା ୟୁପି ଆଳୁ । ଆଳୁ ସଙ୍କଟ ଭୟଙ୍କର ରୂପ ନେଉ ଥିବା ବେଳେ ଉତ୍ତର ପ୍ରଦେଶରୁ ଆଳୁ ଆସିବା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି।ତେବେ ଆଳୁ ପହଞ୍ଚିବା ପରେ ଆଳୁ ଦର କମିବା ନେଇ ସମ୍ଭାବନା ରହିଛି । ଉତ୍ତରପ୍ରଦେଶରୁ ଆଇଗିଣିଆ ଗୋଦାମକୁ ଆସିଛି ୧୦ଟି ଆଳୁ ଗାଡ଼ି। ଆଗକୁ ଆହୂରି ଗାଡି ଆସିବ ବୋଲି ଜଣାପଡ଼ିଛି। ଆଜି ସକାଳୁ କିଛି ଆଳୁ ଟ୍ରକ ଆସି ପହଞ୍ଚିଛି।

ଅନ୍ୟପଟେ ଚଢା ଦର ନେଇ କଟକ ଛତ୍ର ବଜାର ଓ କୃଷକ ବଜାରରେ ଯୋଗାଣ ବିଭାଗର ଟିମ। ଆଳୁ କଳା ବଜାରୀ ନେଇ ଯାଞ୍ଚ ହେଉଛି । ସି ଏମ ସି ର ଏନଫର୍ସମେଣ୍ଟ ଟିମ୍ ମଧ୍ୟ ଉପସ୍ଥିତ ରହି ଯାଞ୍ଚ କରିଛନ୍ତି । ଆଳୁର ଖୁଚୁରା ବଜାରରେ କିଲୋ ପିଛା ଦର ୪୫ ରୁ ୫୦ ଟଙ୍କା ଓ ହୋଲ୍ସେଲ ଦର ରହିଛି କେଜି ୩୮ ଟଙ୍କା। ଏଵେ ଉତ୍ତର ପ୍ରଦେଶରୁ ଆଳୁ ଆସିବା ପରେ ଦର ସାମାନ୍ୟ କମିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.