ବାରଙ୍ଗ ପାରିବାରିକ କଳହ ଘଟଣା: ଦିନବନ୍ଧୁଙ୍କର ମୃତ୍ୟୁ କାଳୀନ ଜମାନବନ୍ଦୀ ରେକର୍ଡ

କଟକ:କଟକ ବାରଙ୍ଗ ଗୋଡ଼ି ସାହି ବାରସୀଙ୍ଗା ଗ୍ରାମରେ ପାରିବାରିକ କଳହ ଘଟଣା।ମୃତ ବୋହୂ ସସ୍ମିତା ରାଉତଙ୍କର ଏସ ସି ବି ରେ କରାଗଲା ଶବ ବ୍ୟବଚ୍ଛେଦ। ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କଲା ପୋଲିସ। ଚିକିତ୍ସାଧୀନ ପୁଅ ଦିନବନ୍ଧୁଙ୍କର ମୃତ୍ୟୁ କାଳୀନ ଜମାନବନ୍ଦୀ ରେକର୍ଡ କରାଗଲା। ଏସ ସି ବି ରେ ଚାଲିଛି ଚିକିତ୍ସା। ସେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।ଗୁରୁତର ଭାବରେ ପୋଡ଼ି ହୋଇଛନ୍ତି ପୁଅ । ଅଭିଯୁକ୍ତ ବାପା ଗୋବର୍ଦ୍ଧନ ମଧ୍ୟ ଏସସିବିରେ ଚିକିତ୍ସାଧିନ ଅଛନ୍ତି। ଜଣେ ସମ୍ପର୍କୀୟଙ୍କ ଲିଖିତ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିଛି ପୋଲିସ। ବି ଏନ୍ ଏସ ର ଧାରା ୧୧୮(୨) ଏବଂ ଧାରା ୧୦୩ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ।
ପୁଅ ଟଙ୍କା ନ ଦେବାରୁ ବାପା ଗୋବର୍ଦ୍ଧନ ରାଗରେ ଜର୍ଜରିତ ହୋଇ ପୁଅ ବୋହୁ ଉପରରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିଲା। ବୋହୁର ମୃତ୍ୟୁ ହୋଇଥିବା ବେଳେ ପୁଅ ଏଵେ ଆଇସିୟୁରେ ଚିକିତ୍ସା ହେଉଛି।