thelifelinemedia
Latest Odisha News, Breaking News Today

ଭୁବନେଶ୍ୱର ହେବେ ବରଗଡ଼ ଧନୁଯାତ୍ରାରେ କଂସ : ଚୟନ ପ୍ରକ୍ରିୟାରେ ଭୁବନେଶ୍ୱରଙ୍କୁ ବାଛିଲେ ବିଚାରକ ମଣ୍ଡଳୀ 

ବରଗଡ଼:ଭୁବନେଶ୍ୱର ପ୍ରଧାନ ହେବେ ବରଗଡ଼ ଧନୁଯାତ୍ରାରେ କଂସ। କଂସ ଭୂମିକାରେ ସେ ଅଭିନୟ କରିବା ପାଇଁ ତାଙ୍କୁ ଚୟନ କରାଯାଇଛି। ଚାଲିଥିବା ଅଡିସନରେ ତାଙ୍କୁ କଂସ ଭୂମିକାରେ ଅଭିନୟ କରିବାକୁ ମନୋନୀତ କରାଯାଇଛି। କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିଲେ। ଚୟନ ପାଇଁ ୩ ଜଣ ବିଚାରକ ରହିଥିଲେ । ୪ କଳାକାରଙ୍କ ମଧ୍ୟରେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର।

୨୦୧୭ ରୁ ୩ ବର୍ଷ ଧରି କଂସ ଭୂମିକା ନିର୍ବାହ କରିଥିଲେ । ୧୯୯୮ ଓ ୯୯ ରେ ମଧ୍ୟ ଧନୁଯାତ୍ରାରେ କଂସ ହୋଇଥିଲେ । କଂସ ଭୂମିକାରେ ଅଭିନୟ କରିବାର ୫ ବର୍ଷର ଅଭିଜ୍ଞତା ରହିଛି ଭୁବନେଶ୍ୱରଙ୍କର।ଏଥର ଷଷ୍ଠ ଥର ପାଇଁ ସେ ଅଭିନୟ କରିବାକୁ ଯାଉଛନ୍ତି ମ ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.