ଟଙ୍କା ପାଇଁ ପୁଅ ବୋହୁଙ୍କୁ ଜାଳିଦେଲା ବାପା : ବୋହୁ ମୃତ, ପୁଅ ଗୁରୁତର

କଟକ:ଟଙ୍କା ପାଇଁ ପୁଅ ବୋହୁଙ୍କୁ ଜାଳିଦେଲା ବାପା। ପୁଅକୁ ଟଙ୍କା ମାଗିଲା ବାପା। ହେଲେ ପୁଅ ଟଙ୍କା ଦେବାକୁ ମନା କରିଦେବାରୁ ରାଗରେ ପୁଅ ବୋହୁ ଶୋଇଥିବା ବେଳେ ନିଆଁ ଲଗାଇଦେଲା ନିଷ୍ଠୁର ବାପା। ଏହି ଘଟଣାରେ ବୋହୂର ଜୀବନ ଚାଲିଗଲା ।ଚିକିତ୍ସାଧୀନ ଅବସ୍ଥାରେ ବୋହୁର ମୃତ୍ୟୁ ଘଟିଛି। ପୁଅ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଘଟଣା ଘଟିଛି କଟକ ବାରଙ୍ଗ ଅଞ୍ଚଳରେ ପାପୀ ବାପା ହେଉଛନ୍ତି ଗୋବର୍ଦ୍ଧନ। ପୁଅ ଦିନବନ୍ଧୁ ଓ ତାଙ୍କ ପତ୍ନୀ ସସ୍ମିତା ରାଉତଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିଲେ ବାପା ଗୋବର୍ଦ୍ଧନ।ଅତି ଗୁରୁତର ଅବସ୍ଥାରେ କଟକ ଏସ ସି ବି ମେଡ଼ିକାଲ କୁ ଅଣା ଯାଇଥିଲା। ଏହାପରେ ସସ୍ମିତାଙ୍କୁ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା ସୁଦ୍ଧା ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଅଭିଯୁକ୍ତ ଦିନବନ୍ଧୁ ଗୁରୁତର ଅବସ୍ଥାରେ ଏସ ସି ବି ରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ଅଭିଯୁକ୍ତ ବାପା ଗୋବର୍ଦ୍ଧନ ଆହତ ହୋଇଛି। ସୁସ୍ଥ ହେଲା ପରେ ସଂପୂର୍ଣ୍ଣ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିଛି। ପୁଅକୁ ୫ ହଜାର ଟଙ୍କା ମାଗିଥିଲେ ଗୋବର୍ଦ୍ଧନ।ହେଲେ ପୁଅ ନଦେବାରୁ ରାଗିଯାଇ ପୁଅ ବୋହୂ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ କବାଟ ବନ୍ଦ କରି ଦେଇଥିଲା ଗୋବର୍ଦ୍ଧନ। ଏଵେ ପୋଲିସ ପୁରା ଘଟଣାର ଛାନଭିନ କରୁଛି।