ନୌ ସେନା ଦିବସ ପାଇଁ ଆଜିଠାରୁ ପୁରୀରେ କଟକଣା: ପୋଲିସ ଓ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପୁରୀ:ନୌ ସେନା ଦିବସ ପାଇଁ ପୁରୀ ସହର ଚଳ ଚଞ୍ଚଳ। ଆସନ୍ତା ୪ ତାରିଖରେ ପୁରୀରେ ନୌ ସେନା ଦିବସ ପାଳନ ହେବାକୁ ଯାଉଛି। ଏଥି ପାଇଁ ଆଜିଠାରୁ ପୁରୀରେ କଟକଣା ଜାରି ହୋଇଛି।ଆଜିଠାରୁ ପୁରୀ ରେ ଜାରି ହୋଇଛି ପୋଲିସ କଟକଣା ୧ରୁ ୩ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ହୋଇଥିବାବେଳେ ୪ତାରିଖ ଦିନ ହାଇ ସିକ୍ୟୁରିଟି କବଳରେ ରହିବ ପୁରୀ ସହର। ସୁରକ୍ଷାକୁ ଆଖି ଆଗରେ ରଖି ପୁରୀ ଟାଉନ ହଲ ପରିସରରେ ପୋଲିସ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ବୈଠକରେ SIW DIG କନୱାର ବିଶାଳ ସିଂ, DIG ଅପେରସନ ଅଖିଳେଶ୍ୱର ସିଂ, ଅତିରିକ୍ତ ପୋଲିସ ମହାନିର୍ଦେଶକ ସଂଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମିନା,, ପୁରୀ ଏସ୍ପି ଭିନୀତ ଅଗ୍ରୱାଲ ଏବଂ ଜିଲ୍ଲପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ରହି ପୁରା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଅନ୍ୟପଟେ ବ୍ଲୁ ଫ୍ଲାଗ ବିଚରେ ଯୁଦ୍ଧ ଭ୍ରମ ସୃଷ୍ଟି ହେଉଛି।ଭାରତୀୟ ନୌସେନା ଦିବସକୁ ସଫଳତାର ସହ ସମାପନ କରିବା ପାଇଁ ଓଡିଶା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି l ନୌସେନା ଦିବସରେ ମହାମହିମ ରାଷ୍ଟ୍ରପତି ଦୋୖପଦି ମୁର୍ମୁଙ୍କ ସହ ତିନି ସେନାର ମୁଖ୍ୟ ଅଧିକାରୀ ଏବଂ ବରିଷ୍ଠ ଅତିଥି ମାନେ ଯୋଗଦାନ କରିବେ। ପୁରୀରେ ଏଭଳି ଆୟୋଜନ ପ୍ରଥମ ଥର ହେବାକୁ ଯାଉଛି। ଏଥିପାଇଁ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି।