ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା: ମିଳୁନି ନିଖୋଜ ଦମ୍ପତିଙ୍କ ପତ୍ତା

କୋରାପୁଟ:ଡଙ୍ଗା ବୁଡି ଘଟଣାରେ ମିଳୁନି ନିଖୋଜ ଦମ୍ପତିଙ୍କ ପତ୍ତା । ନିଖୋଜ ଘଟଣାରେ ୧୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦମ୍ପତିଙ୍କ କୌଣସି ଖୋଜ ଖବର ମିଳି ନଥିବା ବେଳେ ଆଜି ଆଉ ଥରେ ଘଟଣା ସ୍ଥଳରେ ଜଲାପୁଟ ପୋଲିସ ଓ ନନ୍ଦପୁର ଓଡ୍ରାଫ ଟିମ୍ ପହଞ୍ଚି ଆରମ୍ଭ କରିଛନ୍ତି ଅପରେଶନ।
ସୂଚନା ଅନୁସାରେ, ନନ୍ଦପୁର ବ୍ଲକ ଜବାଗଡ଼ ଗ୍ରାମର ସ୍ୱାମୀ କୃଷ୍ଣ ପାଡିକି ଏବଂ ପ୍ରତିମା ପାଡିକି ଉଭୟ ଜଲାପୁଟ ଜଳ ଭଣ୍ଡାର ପାର ହୋଇ ଚାଶ ଜମିରୁ ସୁଆଁ ଅମଳ କରି କିଛି ବସ୍ତା ସୁଆଁ ନେଇ ଦେଶୀ ଡଙ୍ଗାରେ ଘରକୁ ଫେରିବା ସମୟରେ ମଝି ନଇଁରେ ଡ଼ଙ୍ଗାଟି ବୁଡି ଯାଇଥିଲା। ଗତକାଲି ବହୁ ଖୋଜାଖୋଜି ପରେ ମଧ୍ୟ ଉଭୟଙ୍କ ପତ୍ତା ମିଳିନଥିଲା। ଆଜି ପୁଣି ଥରେ ଆରମ୍ଭ ହୋଇଛି ଅପରେସନ। ପୁରା ଟିମ ଲାଗିପଡିଛନ୍ତି ଦମ୍ପତ୍ତିଙ୍କ ସନ୍ଧାନ ପାଇବା ପାଇଁ।