ବିଜେପିରେ ମୁଁ ଅଣଦେଖା ଓ କୋଣଠେସା କହିଲେ ଜୟ ନାରାୟଣ

ଭୁବନେଶ୍ୱର: ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବୟାନକୁ ନେଇ ତେଜିଲା ରାଜନୀତି।ସମୀର ଦେଙ୍କ ଶୋକ ସଭାରେ ଜୟ ନାରାୟଣଙ୍କ ସାଂଘାତିକ ବୟାନ। କହିଛନ୍ତି ଏବିଭିପିରୁ ମୁଁ ତଡା ଖାଇଛି। ବିଜେପିରୁ ମଧ୍ୟ ତଡା ଖାଇଛି। ମୁଁ ଗୋଟେ ତଡାଖିଆ ଲୋକ। ଏବେ ବିଜେପିରୁ ସାଇଡ଼ ଲାଇନ ହୋଇରହିଛି। ସମୀର ଦେଙ୍କ ଜୀବନରେ ଯାହା ଘଟିଥିଲା ଏବେ ମୋ ସହ ମଧ୍ୟ ତାହା ଘଟିଛି। ସମୀର ଦେଙ୍କ ଦଳ ଯେମିତି ଗୁରୁତ୍ୱ ଦେବା କଥା ଦେଇ ନାହିଁ। ତାଙ୍କ ବିରୋଧରେ ଲୋକ ବାରମ୍ବାର ଲଗା ଯାଇଅଛି। ମୋ ବିରୁଦ୍ଧରେ ଲୋକ ଆଜି ମଧ୍ୟ ଲଗାଯାଇଛି। ମୋ ବିରୋଧରେ ଜଣେ ଲୋକ ନିଶ୍ଚିତ ଭାବେ ରହିବ। ଏହା ପାର୍ଟିର ଯୋଜନା ବଦ୍ଧ କାର୍ଯ୍ୟକ୍ରମ ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି।
ବିଜେପିର ଜଣେ ଟାଣୁଆ ନେତା ହେଉଛନ୍ତି ଜୟ ନାରାୟଣ ମିଶ୍ର। କିନ୍ତୁ ଏଵେ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସେତେଟା ଦେଖିବାକୁ ମିଳୁନି। ନିଜକୁ କୋଣଠେସା ହେଉଥିବା ସେ ଅନୁଭବ କରୁଛନ୍ତି। ଏଵେ ତାଙ୍କ ବୟାନକୁ ନେଇ କିଭଳି ରାଜ୍ୟ ରାଜନୀତି ସରଗରମ ହେଉଛି ତାରି ଉପରେ ନଜର ରହିବ।