କଂଗ୍ରେସ ଦେଶ ଓ ବିକାଶ ବିରୋଧୀ : କଡା ଭଷାରେ କଂଗ୍ରେସକୁ ସମାଲୋଚନା କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର:କଂଗ୍ରେସକୁ କଡା ଭାଷାରେ ସମଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦ। କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ କଂଗ୍ରେସ। ଧ୍ବଂସ ଆଡକୁ ଯାଉଛି କଂଗ୍ରେସ।ମାଇକ୍ରୋସ୍କୋପ ଲଗେଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି। କଂଗ୍ରେସ ପକ୍ଷଘାତର ଶିକାର ହୋଇଛି। ଛୋଟ ଛୋଟ ଦଳ ସହ ସିଟ ବୁଝାମଣା କରି ବଂଚିଛି। ଆଜି ଓଡ଼ିଶାରେ ଗୌରବମୟ ଅଧ୍ୟ୍ୟୟ ଆରମ୍ଭ ହୋଇଛି। ଡିଜି ଏବଂ ଆଇଜି କଂଫରେନ୍ସ ପ୍ରଥମ ଥର ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସମସ୍ତ ଡିଜି ଆଇଜି ଉପସ୍ଥିତ ଅଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ ସମୟରେ ସମଗ୍ର ଦେଶର ନଜର ଓଡ଼ିଶାରେ ଅଛି। କଂଗ୍ରେସ ଛାମୁଆ ସଂଗଠନ ବାଚାଳାମି ଆରମ୍ଭ କରିଛି। ଯାହା ଦୁର୍ଭାଗ୍ୟଜନକ।କଂଗ୍ରେସ ଜିନରେ ଖରାପ ଗୁଣାବତ୍ତା ପଶିବା ଆରମ୍ଭ କରିଛି।କଂଗ୍ରେସ ସମ୍ପୂର୍ଣ୍ଣ ଦେଶ ବିରୋଧୀ ତତ୍ତ୍ୱ ହେବାକୁ ଆରମ୍ଭ କରିଛି. ବିଦେଶରେ ଯଦି କିଏ ଦେଶ କିମ୍ଭା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହୁଛି. କଂଗ୍ରେସକୁ ସୁହାଉଛି ତାର ଟୀକା ଟିପ୍ପଣୀ ରଖି ଆନ୍ଦୋଳନ ଆରମ୍ଭ କରିଛି।କଂଗ୍ରେସ ମଧ୍ୟ ବିକାଶ ବିରୋଧୀ। ଓଡିଶା ବସି ଯେତେବେଳ ପ୍ରଧାନମନ୍ତ୍ରୀଙ୍କୁ ହୃଦୟ ଖୋଲି ସମର୍ଥନ କରୁଛନ୍ତି। ସେତେବେଳେ ଏମାନେ କେମିତି ବିରୋଧ କରୁଛନ୍ତି. ଶୀର୍ଷ ନେତୃତ୍ୱ ନଜର ଦିଅନ୍ତୁ ଛାମୁଆ ସଂଗଠନ ଗୁଡିକ କଣ କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।