ମେଟ୍ରୋ ଷ୍ଟେସନରେ ରହିବ ଓଡିଶାର ସଂସ୍କୃତି ଓ ସଭ୍ୟତାର ଝଲକ :ଏମିତି କହିଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର:ମେଟ୍ରୋ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମେଟ୍ରୋ ପ୍ରକଳ୍ପ ବୁଲି ଦେଖିଛନ୍ତି ଭୁବନେଶ୍ବର ସାଂସଦ। ଆଜି ଭୁବନେଶ୍ବର ମେଟ୍ରୋ ରେଲ୍ କର୍ପୋରେସନ ଅଫିସ ଯାଇ ମେଟ୍ରୋ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବୁଝିଥିଲେ । ଲମ୍ବା ସମୟ ଧରି ଧରି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସାଂସଦ। ଓଡିଆର ସଂସ୍କୃତି ଓ ସଭ୍ୟତାର ଝଲକ ଦେଖିବାକୁ ମିଳିବ ମେଟ୍ରୋ ଷ୍ଟେସନରେ। ମୋଟ ୨୨ଟି ଷ୍ଟେସନ କରାଯିବ। ଭୁବନେଶ୍ବର ଏକମ୍ରରେ ୩ଟି, ମଧ୍ଯ ଭୁବନେଶ୍ବରରେ ୪, ଉତ୍ତର ଭୁବନେଶ୍ବରରେ ୧୦ ଟି ଥିବା ବେଳେ କଟକରେ ୩ ଟି ଷ୍ଟେସନ ରହିବ। ଏହି ସବୁ ଷ୍ଟେସନର ଆର୍କେଟେକଚର ଡିଜାଇନ୍ ଓଡିଶାର ସଂସ୍କୃତି ଓ ସଭାତ୍ୟକୁ ସ୍ଥାନ ଦେବା ପାଇଁ କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ପ୍ରତି ଦିନ ପ୍ରାୟ ୯୫ ହାଜର ଯାତ୍ରୀ ଯାତ୍ରା କରିବା ଲକ୍ଷ୍ୟରେ ଏହି କାମ ଆରମ୍ଭ କରାଯାଇଛି। ଫେଜ ୧ କାମ ଆରମ୍ଭ ହୋଇ ସରିଛି। ବଜେଟ ଓ ଜମି ଅଧିଗ୍ରହଣ କିଛି ଅସୁବିଧା ନାହିଁ ସବୁ କିଛି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି।