thelifelinemedia
Latest Odisha News, Breaking News Today

ବିମାନ ବନ୍ଦରରୁ ଜବତ ଅଜଣା ବ୍ୟାଗ: ଛାନଭିନ ପରେ ବ୍ୟାଗରେ ସନ୍ଦେହ ଜନକ ସାମଗ୍ରୀ ନଥିବା କହିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଅଜଣା ବ୍ୟାଗକୁ ନେଇ କିଛି ସମୟ ପାଇଁ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଖାଲିସ୍ତାନୀ ଆତଙ୍କୀ ପନନୁର ଭୁବନେଶ୍ୱର ବିମାନ ବନ୍ଦରକୁ ଧମକ ଦେଇଥିବା ବେଳେ ଏୟାରପୋର୍ଟ ପରିସରରୁ ବ୍ୟାଗ ମିଳିବା ଚିନ୍ତା ବଢ଼ାଇ ଦେଇଥିଲା। ତୁରନ୍ତ ଖବର ମିଳିବା ମାତ୍ରେ ବ୍ୟାଗକୁ ଯାଞ୍ଚ କରାଯାଇଥିଲା। ତେବେ ଅଜଣା ବ୍ୟାଗରେ କୌଣସି ସନ୍ଦେହ ଜନକ ସାମଗ୍ରୀ ନ ଥିବା ସ୍ପଷ୍ଟ କରିଛି ପୋଲିସ। ଏସିପି ଅମିତାଵ ମହାପାତ୍ର ଙ୍କ ସୂଚନା ଅନୁଯାୟୀ କୌଣସି ଯାତ୍ରୀ ଛାଡ଼ି ଯାଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ CISF ଙ୍କ ହେପାଯତରେ ବ୍ୟାଗଟି ଅଛି। ଯଦି ବ୍ୟାଗର ପରିଚୟ ଦେଇ କେହି ବ୍ୟାଗ ନେବାକୁ ଚାହିଁବେ ନେଇପାରିବେ ବୋଲି କୁହା ଯାଇଛି।

ଭୁବନେଶ୍ୱରରେ ଚାଲିଛି ତିନି ଦିନିଆ ଡିଜି ସମ୍ମିଳନୀ। ୟାରୀ ଭିତରେ ଖାଲିସ୍ତାନୀ ଆତଙ୍କୀ ପନନୁରର ଧମକ ପୂର୍ଣ୍ଣ ବାର୍ତ୍ତା ପରେ ଏଵେ ପୁରା ରାଜଧାନୀ ସୁରକ୍ଷା ବଳୟରେ ରହିଛି।

Leave A Reply

Your email address will not be published.