thelifelinemedia
Latest Odisha News, Breaking News Today

ଓଡିଶାରେ ନାହିଁ ଆଳୁ ସଙ୍କଟ: ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ

ଭୁବନେଶ୍ୱର:ଓଡିଶାରେ ନାହିଁ ଆଳୁ ସଙ୍କଟ। ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ ରହିଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି। କହିଛନ୍ତି ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଉପରେ ରାଜ୍ୟ ସରକାର ଆଉ ନିର୍ଭରଶିଳ ହେବେ ନାହିଁ। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ରାଜ୍ୟ ସରକାର ରଖିବେ। ଓଡ଼ିଶାରେ ଆଳୁ ସଙ୍କଟ ନାହିଁ। ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଛି। ଯାହା ଆଳୁ ସଙ୍କଟକୁ ଦୂର କରିଛି। ଓଡିଶାରେ ଆବଶ୍ୟକ ତୁଳନାରେ ଓଡ଼ିଶାରେ ଆଳୁ ମହଜୁଦ ଅଛି। ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ବଜାରରେ ଆଳୁ ଦର ବୃଦ୍ଧି ହୋଇନି। ଲୋକେ ୩୦ ରୁ ୩୫ ଟଙ୍କାରେ ଆଜି ଆଳୁ କିଣୁଛନ୍ତି। ପରିବହନ ଖର୍ଚ୍ଚ ପାଇଁ ଯେମିତି ଦର ରହିବା କଥା ରହିଛି। ଦର ବୃଦ୍ଧି ହେଲେ ଚଢ଼ାଉ ହେବ। ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସ୍ବାବଲମ୍ବୀ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Leave A Reply

Your email address will not be published.