ଆତଙ୍କୀ ପନ୍ନୁର ଦେଲା ଧମକପୂର୍ଣ୍ଣ ବାର୍ତ୍ତା : ବଢିଲା ସୁରକ୍ଷା ବ୍ୟବସ୍ଥା, ସୁରକ୍ଷା ବଳୟରେ ରାଜଧାନୀ

ଭୁବନେଶ୍ୱର:ପୁଣି ଥରେ ଖଲିସ୍ତାନୀ ଆତଙ୍କ ପନ୍ନୁର ଦେଇଛି ଧମକ ପୂର୍ଣ୍ଣ ବାର୍ତ୍ତା। ଭୁବନେଶ୍ୱରରେ ଚାଲିଥିବା ସର୍ବଭାରତୀୟ ଡିଜି-ଆଇଜି ବୈଠକକୁ ପୁଣିଥରେ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ କରିଛି। ପୂର୍ବରୁ ଭିଡିଓ ବାର୍ତ୍ତା ଦେଇଥିଲା। ଏଵେ ପୁଣି ଥରେ ଜଣେ ଓଡିଆ ସାମ୍ବାଦିକଙ୍କୁ ଇ ମେଲ ମାଧ୍ୟମରେ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି। ଓଡିଶାର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି। ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯିବା ସହ ମେଲ୍ରେ ଏକ ଅଡିଓ ମେସେଜ୍ ଆସିଛି। ଏଥିରେ ଡିଜି-ଆଇଜିପି ସମ୍ମିଳନୀକୁ ୧ତାରିଖରେ ଭଣ୍ଡୁର କରିବା ଲାଗି ଧମକ ଦିଆଯାଇଛି। ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଅଡିଓରେ କହିଛି ପନ୍ନୁ।ଆଜି ସକାଳ ୯ ଟା ୪ମିନିଟ୍ ସମୟରେ ଏହି ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଛି।ହେଲେ ଏଠି ପ୍ରଶ୍ନ ଉଠିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ଲେଖାଯାଇଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ବିମାନ ବନ୍ଦର ଠାରୁ ଆରମ୍ଭ କରି ଡିଜି ସମ୍ମିଳନୀ ପର୍ଯ୍ୟନ୍ତ ସବୁଠି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।