thelifelinemedia
Latest Odisha News, Breaking News Today

ବଢିଲା ବଲିଉଡ ଅଭିନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ: ଘରେ ପଶି ଇଡି କଲା ରେଡ

ମୁମ୍ବାଇ:ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏଵେ ପୁଣି ଥରେ ଅଡୁଆରେ। ଇଡି ଜାଲରେ ଛନ୍ଦି ହୋଇଛନ୍ତି ରାଜ। ଅଶ୍ଳୀଳ ସିନେମା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ତାଙ୍କ ଘରେ ସମେତ ବିଭିନ୍ନ ଜାଗାରେ ରେଡ କରିଛି।ମୁମ୍ବାଇ ସ୍ଥିତ ବାସଭବନ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଇଡି।

ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଇଡି ଅଧିକାରୀ। ପୂର୍ବରୁ ପର୍ଣ୍ଣୋଗ୍ରାଫି ମାମଲାରେ ଫସିଥିଲେ ରାଜ କୁନ୍ଦ୍ରା। ଏହି ଘଟଣାରେ ସେ ଜେଲ ଯାଇଥିଲେ। ଏଵେ ଏହି ଘଟଣାରେ ଅର୍ଥ ହେରଫେର ନେଇ ଇଡି ଖୋଳତାଡ଼ ଆରମ୍ଭ କରିଛି। ଏଵେ ଏହି ଘଟଣାରେ ତାଙ୍କ ପାଇଁ ଅଡୁଆ ବଢ଼ିପାରେ ବୋଲି କୁହା ଯାଉଛି। ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଇଡି ଛାପା ମାରିପାରେ।

Leave A Reply

Your email address will not be published.