ଭୁବନେଶ୍ୱରରେ ଡିଜି ସମ୍ମିଳନୀ ପାଇଁ ଜାରି ହେଲା ଟ୍ରାଫିକ କଟକଣା: କେଉଁଠି କେଉଁଠି ଟ୍ରାଫିକ କଟକଣା, ଜାଣନ୍ତୁ ପୁରା ଖବର

ଭୁବନେଶ୍ୱର:ପ୍ରଥମ ଥର ରାଜଧାନୀ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ପୁରା ସହର ଏଵେ ସୁରକ୍ଷା ବଳୟ ଭିତରେ। ଛକଛକରେ ପୋଲିସ ଛାଉଣୀ। ମୋଦିଙ୍କ ଗସ୍ତ ନେଇ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ। ତେବେ ଆସନ୍ତୁ ଜାଣିବା କେଉଁଠି କେଉଁଠି ଟ୍ରାଫିକ କଟକଣା ରହିବ। ଆଜି ଦିନ ୧ଟାରୁ ୨ଟା ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସପିଟାଲ ଛକ ଓ ଏ.ଜି ଛକରେ ଗାଡି ଚଳାଚଳ ବନ୍ଦ।
ଅପରାହ୍ନ ୪ଟା ୪୫ରୁ ୫ଟା୨୫: ଏୟାରପୋର୍ଟ ଛକ, ହସପିଟାଲ ଛକ, ଏଜି ଛକ, ରାଜଭବନ ଛକରେ ଟ୍ରାଫିକ କଟକଣା। ସନ୍ଧ୍ୟା ୬ଟାରୁ ୬ଟା ୪୫: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକ। ସନ୍ଧ୍ୟା ୭ଟା୩୦ରୁ ୮.୨୦ ଏଜି ଛକ, ରବୀନ୍ଦ୍ରମଣ୍ଡପ ଛକ, ୧୨୦ ବାଟାଲିୟନ ଛକ, ଜୟଦେବ ବିହାର, ନାଲକୋ ଛକ ଓ ରାତି ୮ଟା୨୫ରୁ ୮ଟା ୫୦: ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ , ମାଷ୍ଟର କ୍ୟାଂଟିନ ଛକରେ କଟକଣା ରହିବ। ତିନି ଦିନିଆ ଡିଜି ସମ୍ମିଳନୀ ଆୟୋଜିତ ହେଉଛି ଭୁବନେଶ୍ୱରରେ। ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ।