thelifelinemedia
Latest Odisha News, Breaking News Today

ମୋଦିଙ୍କୁ ଭେଟିଲେ ଛତିଶଗଡ ପୂର୍ବତନ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ: ନିଜେ ଲେଖିଥିବା ବହି ମୋଦିଙ୍କୁ ଦେଲେ 

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଛତିଶଗଡ ପୂର୍ବତନ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ। ରାଜଭବନରେ ଯାଇ ମୋଦିଙ୍କୁ ଭେଟିଛନ୍ତି। ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଶ୍ଵଭୂଷଣ । ନିଜ ଲେଖିଥିବା ବକ୍ସି ଦି ଗ୍ରେଟ୍ କମାଣ୍ଡର ପୁସ୍ତକକୁ ମୋଦୀଙ୍କୁ ଦେଲେ ବିଶ୍ବଭୂଷଣ ହରିଚନ୍ଦନ। ଏହା ସହିତ ବିଜେଡି ବିରୋଧ ଦଳ ବିଷୟରେ ମୋଦୀଙ୍କୁ ଅବାଗତ କଲେ। କହିଛନ୍ତି କି ବିରୋଧୀ ବିଜେଡି ବହୁତ୍ ବଡ ପାପ କରିଛନ୍ତି। ଏଠି ପୂର୍ବରୁ ଗଣତନ୍ତ୍ର ନଥିଲା। ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ କରିଥିଲା ବିଜେଡି । ପ୍ରଧାନମନ୍ତ୍ରୀ ମୋଦି ଅଧିକ ଓଡ଼ିଶା ପ୍ରତି ଗୁରୁତ୍ବ ଦେଉଛନ୍ତି। ତେଣୁ ଆମେ କୃତଜ୍ଞ । ମୋଦି ବହୁତ୍ ବିକାଶ କରିଛନ୍ତି। ଓଡ଼ିଶା ବିକାଶରେ ଏକ ନମ୍ୱର୍ ହେବ । ଓଡ଼ିଶା ପ୍ରଗତି କରୁଛି ବୋଲି ପୂର୍ବତନ ଛତିଶଗଡ଼ ରାଜ୍ୟପାଳ କହିଛନ୍ତି।

ଏଠି କହିରଖୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଭୁବନେଶ୍ୱରରେ ପହଂଚିବା ପରେ ରୋଡ଼ ଶୋ କରିଥିଲେ।ମୋଦିଙ୍କ ଝଲକ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ଵରରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା।ଏଵେ ରାଜଭବନ ରାତ୍ରୀଯାପନ କରିଛନ୍ତି।

Leave A Reply

Your email address will not be published.