thelifelinemedia
Latest Odisha News, Breaking News Today

ରାଜଧାନୀରେ ହାଫ ଡେ ସ୍କୁଲ: ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ଦିନ ୧ଟା ଯାଏ ସ୍କୁଲ 

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ୧ଟା ଯାଏଁ ଚାଲିବ ସ୍କୁଲ । ଦିନ ୧ଟା ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ପ୍ରଧାନମନ୍ତ୍ରୀ ଅପରାହ୍ନରେ ଭୁବନେଶ୍ୱରରେ ପହଁଚିବେ। ସେଥିପାଇଁ ପୁରା ରାଜଧାନୀରେ ତମାମ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଟ୍ରାଫିକ କଟକଣା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇପାରେ। ସେହି ଆଶଙ୍କାରେ ହାଫ୍‌ ଡେ’ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା। ଓଡିଶାରେ ପ୍ରଥମଥର ଡିଜି ସମ୍ମିଳନୀ ଆୟୋଜିତ ହେବ। ଏଥିରେ ସବୁ ରାଜ୍ୟର ଡିଜି ଓ ଆଇଜି ପାହ୍ୟାର ଅଧିକାରୀ ଯୋଗ ଦେବେ। ଯାହାର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା।

Leave A Reply

Your email address will not be published.