ଜୟନାରାୟଣ ମିଶ୍ରଙ୍କ ଗିରଫ ଦାବି କଲା ବିଜେଡି: ଏମିତି କହିଲେ ସୁଲତା ଦେଓ

ଭୁବନେଶ୍ୱର:ଜୟନାରାୟଣ ମିଶ୍ର ସବୁ ବେଳ ମାନସିକ ସ୍ଥିତି ହରାଇ ବସିଛନ୍ତି। ପାଗଳର ପ୍ରଳାପ କରୁଛନ୍ତି। ବିଜେପି ସରକାର ଜୟନାରାୟଣ ମିଶ୍ରଙ୍କୁ ପ୍ରଥମେ ଗିରଫ କରୁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟ ଆଣ୍ଟିସିପେଟରି ବିଲ୍ ରିଜେକ୍ଟ କରିଛନ୍ତି। ଜଣେ ଲୋକପ୍ରତିନିଧିଙ୍କ ଆଚାରଣ ଠିକ୍ ରହିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିଡନୀ ଖରାପ କହି ବେଲ୍ ରେ ଆସିଥିଲେ ସୁପ୍ରିମକୋର୍ଟରେ ତାର କାଗଜପତ୍ର ଦେଖେଇପାରିଲେ ନାହଁ। ପ୍ରାଇମାଫେସି ଏଭିଡେନ୍ସ ରହିଥିବା କୋର୍ଟ କହିଛନ୍ତି। ମିଛୁଆ ରାଧୁଆ କଥା କହି ବିଜେଡି ମିଛ ମାମଲା ଲଗାଇଥିବା କହୁଛନ୍ତି।କେଶ ଖାରଜ ହୋଇଯାଇଥିବା କଥା କହୁଛନ୍ତି ତାର କାଗଜପତ୍ର ଦେଖାନ୍ତୁ। ବିଜେପି ସରକାର ଯଦି ନ୍ୟାୟ ଦେବାପାଇଁ ଚାହୁଁଛନ୍ତି ତେବେ ଗିରଫ କରନ୍ତୁ। ଜୟନାରାୟଣ ଙ୍କ ବିବୃତିକୁ ବିକୃତ ମାନସିକତା କହିଛି ବିଜେଡି।
ସୂଚନା ଯୋଗ୍ୟ ବିଜେପି ବିଧାୟକଙ୍କ ଅଗ୍ରୀମ ଜାମିନ ଆବେଦନ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ସମ୍ବଲପୁରରେ ଜଣେ ଥାନା ମହିଳା ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ସେ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ପରେ ସୁପ୍ରିମକୋର୍ଟ ଯାଇଥିଲେ ଜୟ ନାରାୟଣ ମିଶ୍ର। ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।