thelifelinemedia
Latest Odisha News, Breaking News Today

ଝାଡଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜେପି ପାଇଁ ଭୋଟ ମାଗିବେ ମୋହନ ମାଝୀ 

ଭୁବନେଶ୍ୱର:ଆଜି ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ। ସଢେଇକଳା ଖର୍ଷୁଆଁ ଏବଂ ସିଂହଭୂମି ଦୁଇଟି ଜିଲ୍ଲାରେ ଦୁଇଟି ବଡ ବଡ ସଭା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବିଜେପି ସରକାରର ସଫଳତା କଥା କହି ବିଜେପି ପାଈଁ ଭୋଟ ମାଗିବେ। ଆସନ୍ତା ୧୩ ତାରିଖରେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନଜର ରଖି ବିଜେପିର ଷ୍ଟାର ପ୍ରଚାରକ ମୋହନ ମାଝୀ ଝାଡ଼ଖଣ୍ଡରେ ମାରାଥନ ସଭା ଓ ରୋଡ ଶୋ କରିବାର ରହିଛି କାର୍ଯ୍ୟକ୍ରମ।ଦିନ ୧୨ ଟା ୪୫ ମିନିଟରେ ସଢେଇକଳା ଖର୍ଷୁଆଁ ଜିଲ୍ଲା ସ୍ଥିତ ରାଜନଗର ଫୁଟବଲ ମଇଦାନରେ ମୋହନ ମାଝୀ ପହଞ୍ଚିବେ। ସେଠାରୁ ୧୨ ଟା ୫୦ ମିନିଟରେ ସଭାସ୍ଥଳକୁ ଯିବେ। ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ମୋହନ ବିଜେପି ପାଇ କରିବେ ଭୋଟ ଭିକ୍ଷା। ଏହାପରେ ପଶ୍ଚିମ ସିଂହଭୂମ ଜିଲ୍ଲାର ମଝି ଗାଁ ବିଧାନସଭାରେ ନିର୍ବାଚନ ମଣ୍ଡଳୀରେ ଯୋଗ ଦେବେ ମୋହନ। ଅପରାହ୍ନ ତିନିଟାରେ ମଝି ଗାଁ ବିଧାନସଭାରେ ନିର୍ବାଚନ ମଣ୍ଡଳୀର ମଞ୍ଜରି ହାଇସ୍କୁଲ ମଇଦାନରେ ଆୟୋଜିତ ଦଳ ପକ୍ଷରୁ ଜନ ସଭାରେ ଯୋଗ ଦେବେ ମୋହନ। ସନ୍ଧ୍ୟା ପାଞ୍ଚଟାରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ।

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ରାଜନୈତିକ ତାତି ଶିଖର ଛୁଇଁଛି। ଓଡିଶାର ବହୁ ନେତା ଡେରା ପକାଇଛନ୍ତି ଝାଡ଼ଖଣ୍ଡରେ। ରାଜ୍ୟ ବିଜେପି ଓ କଂଗ୍ରେସର ହେଭିୱେଟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେଉଛି। ଆସନ୍ତା ୧୩ ୦ ଓ ୨୦ ତାରିଖରେ ହେବ ନିର୍ବାଚନ।

Leave A Reply

Your email address will not be published.