thelifelinemedia
Latest Odisha News, Breaking News Today

ରାଜଧାନୀ ଡେଲଟା ଛକରେ ଡିଭାଇଡରକୁ ପିଟିଲା ବାଇକ : ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ବର ଡେଲଟା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ଏକ ଦ୍ରୁତଗାମୀ ବାଇକ ଡିଭାଇଡରରେ ପିଟି ହୋଇ ଜଣେ ଯୁବକଙ୍କ ମୃତ୍ଯୁ ହୋଇଛି। ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ନିଶା ସେବନ କରି ଗାଡି ଚଳାଉଥିଲେ ଯୁବକ। ଫଳରେ ଭରସାମ୍ୟ ହରାଇ ଗାଡି ଡିଭାଇଡରରେ ପିଟି ହୋଇଥିବା କୁହାଯାଉଛି। ପ୍ରଥମେ ଡିଭାଇଡରକୁ ପିଟି ହୋଇ ପରେ ଗଛକୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିବା ପରେ ତୁରନ୍ତ ପୋଲିସ ପହଞ୍ଚିଥିଲା।ପୋଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲ ପଠାଇଛି ।

ମୃତ ଯୁବକ ହେଉଛନ୍ତି ଭରତପୁର ଅଞ୍ଚଳର ଗଙ୍ଗା ରାଓ । ତାଙ୍କ ପଛରେ ବସିଥିବା ଯୁବକଙ୍କ ପରିଚୟ ଅସ୍ପଷ୍ଟ । ଗଙ୍ଗା ଭରତପୁର ଅଞ୍ଚଳରେ ଭୋଜି କରିଥିଲେ । ଭୋଜି ସାରି ଫେରିବା ପରେ ରାତିରେ ନିଶା ସେବନ କରି ବାଇକରେ ବୁଲାବୁଲି କରୁଥିଲେ । ଗଙ୍ଗା ବାଇକ ଚଲୁଥିବା ବେଳେ ତାଙ୍କ ସାଙ୍ଗ ବାଇକ ପଛରେ ବସିଥିଲେ । ବାଇକଟି ପୁରା ସ୍ପିଡ଼ରେ ଥିବାରୁ ନିୟନ୍ତ୍ରଣ ହରାଇ ରାସ୍ତାରେ ଡିଭାଇଡରକୁ ପିଟି ହୋଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.