thelifelinemedia
Latest Odisha News, Breaking News Today

କାର୍ତ୍ତିକ ମାସରେ ପ୍ରବଳ ଭିଡ଼ ଯୋଗୁଁ ଧ୍ବଜାବନ୍ଧା ନୀତିରେ ପରିବର୍ତ୍ତନ:ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ

ଚୁନରା ସେବକ ମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ କହିଲେ ମୁଖ୍ୟ ପ୍ରଶାସକ

ପୁରୀ: କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରରେ ଅସମ୍ଭାଳ ଭିଡ଼ ହେଉଛି। ପୂର୍ବ ଦିନ ଅପେକ୍ଷା କାର୍ତ୍ତିକ ମାସରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ପୁରୀ ମୁହାଁ ହେଉଛନ୍ତି। ମନ୍ଦିରରେ ନାହିଁ ନ ଥିବା ଭିଡ଼ ହେଉଛି। ତେଣୁ ସେ ଦୃଷ୍ଟିରୁ ଧ୍ବଜା ବନ୍ଧା ନୀତି ସମୟ ପରିବର୍ତ୍ତନ କରାଯାଇଛି। ଧ୍ବଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ କରିବା ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଚୁନରା ସେବକ ମାନଂକୁ ସ୍ବତନ୍ତ୍ର କାର୍ଯ୍ୟାଳୟ ଆଦେଶ ନିର୍ଗମନ କରାଯାଇଛି । ଅପରାହ୍ନ ସମୟରେ କମ୍ ଗହଳି ମଧ୍ଯରେ ଧ୍ବଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ଧ୍ବଜା ବନ୍ଧା ଦେଖ‌ିବା ପାଇଁ ମନ୍ଦିର ଭିତରେ ଓ ସିଂହ ଦ୍ବାର ବାହାର ମାର୍ଗରେ ବହୁତ ଭକ୍ତ ଗହଳି କରୁଛନ୍ତି । ଏଣୁ ପରବର୍ତ୍ତୀ ସପ୍ତାହଟି ପାଇଁ ୩.୩୦ ମି ସମୟରେ ଧ୍ଵଜା ବନ୍ଧା ସମାପନ କରିବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏନେଇ ଚୁନରା ସେବକ ମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ |

Leave A Reply

Your email address will not be published.