ଖଣ୍ଡଗିରି ଫ୍ଲାଏ ଓଭର ଉପରେ ଗ୍ୟାସ ଲିକ: ଲୋକେ ଛାନିଆ, ଘଣ୍ଟାଏ ଧରି ଟ୍ରାଫିକ ଜାମ, ଶୁନଶାନ ରାସ୍ତା

ଭୁବନେଶ୍ୱର: ସମୟ ଥିଲା ରାତି ପ୍ରାୟ ୧୧। ହଠାତ ଖଣ୍ଡଗିରି ରାସ୍ତାରେ ଛାନିଆ ଖେଳିଗଲା। ଉତ୍ତରାରୁ ବ୍ରହ୍ମପୁର ଯାଉଥିବା CNG ବୋଝେଇ ଗାଡିରେ ଗ୍ୟାସ ଲିକ ହେଲା। ଘଟଣା ଘଟିବା ପରେ ଚାରିଆଡେ ଆତଙ୍କ ଖେଳିଗଲା। ସେପ୍ଟି ଭାଲବ ଖୋଲିବା ପରେ ଗ୍ୟାସ ଲିକ ହୋଇଥିଲା। ତୁରନ୍ତ ଗାଡି ଚାଳକ ବିଶେଷଜ୍ଞ ଟିମକୁ ଖବର ଦେଇଥିଲେ। ଟ୍ରକ ମଧ୍ୟରେ ଲାଗିଥିବା ସମସ୍ତ ଗ୍ୟାସ ଟାଙ୍କି ର ଭାଲବ କୁ ଟାଇଟ କରିବା ସହ GAIL କତୃପକ୍ଷଙ୍କୁ ଖବର ଦେଇଥିଲେ। କିଛି ସମୟ ପାଇଁ ପୁରା ଅଞ୍ଚଳରେ ଆତଙ୍କ ଖେଳିଗଲା। ଲୋକେ ଭୟଭୀତ ହୋଇପଡିଲେ। ଘଣ୍ଟାଏ ଧରି ରାସ୍ତା ଜାମ ହୋଇଗଲା। ଚାରିଆଡେ ଦୁର୍ଗନ୍ଧ ହେଲା। ତୁରନ୍ତ ଖଣ୍ଡଗିରି ପୁଲିସ ସହ ଫାୟାର ସର୍ଭିସ ର ଦୁଇଟି ଗାଡି ପାଣି ପକେଇ ଗ୍ୟାସକୁ ଆୟତ କରିଥିଲା। ପାଣି ସ୍ପ୍ରେ କରି ଗ୍ୟାସ ଲିକକୁ ନିୟନ୍ତ୍ରଣ କରିଥିଲେ। ପୁରା ଅଞ୍ଚଳ ବେଶ କିଛି ଦିନ ଧରି କର୍ଡନ କରି ରଖା ଯାଇଥିଲା। ଫାୟାର ଅଧିକାରୀଏବଂ ବିଶେଷଜ୍ଞ ଟିମର ଲମ୍ବା ଅପେରେସନ ପରେ ଗ୍ୟାସ ଲିକ କଣ୍ଟ୍ରୋଲ ହୋଇଥିଲା। ପରେ ସ୍ଥିତି ସ୍ୱାଭାବିକ ହେବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ଅନେକ ସମୟରେ ରାସ୍ତାରେ ଗାଡି ବୋଝେଇ ଗ୍ୟାସ ଟ୍ୟାଙ୍କରରେ ଗ୍ୟାସ ଲିକ ଖବର ସାମ୍ନାକୁ ଆସୁଛି। ରାସ୍ତାରେ ଏଭଳି ଘଟଣାକୁ ନେଇ ଅନେକ ସମୟରେ ରାସ୍ତାରେ ଆତଙ୍କ ଖେଳି ଯାଇଥାଏ। ଏବେ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ରାସ୍ତାରେ ଏ ପ୍ରକାର ଘଟଣା ଯେପରି ନ ଘଟେ ସେଥିପାଇଁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।