thelifelinemedia
Latest Odisha News, Breaking News Today

ଆଜି ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ: ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ଯୁବ ବ୍ରିଗେଡ ଟିମ ଇଣ୍ଡିଆ

ବ୍ୟୁରୋ : ଆଜି ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ। ପ୍ରଥମ ମ୍ୟାଚରେ ଭାରତ ବିଜୟ ଲାଭ କରିଥିବା ବେଳେ ଏବେ ଦ୍ୱିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିବ ଟିମ ଇଣ୍ଡିଆ। ଅନ୍ୟପଟେ ଘରୋଇ ଦଳ ସିରିଜକୁ ଫେରିବାକୁ ନେଇ ସବୁ ବଳ ଖଟାଇବ। ଆଜିର ମ୍ୟାଚରେ ବିଶେଷ ଆକର୍ଷଣ ରହିବେ ସଂଜୁ ସାମସନ। ତାଙ୍କ ଉପରେ ନଜର ରଖିବେ କ୍ରୀଡା ପ୍ରେମୀ। ପ୍ରଥମ ମ୍ୟାଚରେ ସଞ୍ଜୁ ଚମତ୍କାର ଶତକୀୟ ଇନିଂସ ଖେଳି ସମସ୍ତଙ୍କ ନଜରକୁ ଆସିଥିଲେ। ଆଜି ଦ୍ୱିତୀୟ ମ୍ୟାଚରେ ମଧ୍ୟ ତାଙ୍କ ଠାରୁ ଆଉ ଏକ ଜବରଦସ୍ତ ଖେଳ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ। ଅନ୍ୟ ପଟେ ଟପ ଅର୍ଡର ବ୍ୟାଟରସ ଆଜି କମାଲ କରିବେ ବୋଲି ଆଶା ରହିଛି।

ସେଣ୍ଟ ଜର୍ଜ ପାର୍କର ପିଚ ଉଭୟ ବ୍ୟାଟର ଓ ବୋଲରଙ୍କୁ ସୁହାଇ ଥାଏ। କିନ୍ତୁ ବ୍ୟାଟରଙ୍କୁ ଏଠି ଅଧିକ ଫାଇଦା ମିଳିପାରେ। ଗତ ଥର ଭଳି ଆଜିର ମ୍ୟାଚରେ ବିଶାଳ ସ୍କୋର ହେବା ନେଇ ଆଶା ରହିବ ।ଭାରତ ଏହି ସିରିଜରେ ଗୋଟିଏ ମ୍ୟାଚ ଜିତି ଆଗୁଆ ରହିଛି।

Leave A Reply

Your email address will not be published.