ମିଛ କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ : ନିଜେ ଅନୁମୋଦନ ଦେଇ ନିଜେ ପ୍ରତ୍ୟାହାର କରୁଛନ୍ତି ମନ୍ତ୍ରୀ :ଏମିତି କହିଲା ବିଜେଡି

ଭୁବନେଶ୍ୱର: ନିଜ ପରିଧି ବାହାରକୁ ଯାଇ କାମ କରୁଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁଡା ଲଖନପୁର ଠାରେ ଫ୍ଲାଏ ଆସର ଫିଲିଂ କୁ ନେଇ ଯେଉଁ ବିବାଦ ସୃଷ୍ଟି ହେଉଛି ତାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତା ଉପରେ ସ୍ପଷ୍ଟତା ଆସିବା ଦରକାର ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ବିଜେଡି କହିଛି ଲୋକଙ୍କୁ ଭ୍ରମିତ କରିଛନ୍ତି ମନ୍ତ୍ରୀ। ବେଦାନ୍ତ କିଛି ଜାଗା ମାଗିଥିଲା ଏହି ଜାଗା ରାଜ୍ୟ ସରକାର ଜୁଲାଇ ମାସ ମଞ୍ଜୁରୀ କଲେ ଏଇ ବର୍ଷ ଜୁନ ୧୨ ରେ ବିଜେପି ସରକାର ହେଲା ଏବଂ ମାସେ ଭିତରେ ଏହି ପ୍ରୋଜେକ୍ଟ ମଞ୍ଜୁରୀ ଦେଲେ ,ଏତେ ତରବରିଆ ଭାବରେ ମଞ୍ଜୁରୀ କାହିଁକି ଦେଲେ ବିଜେପି ଏହାର ଉତ୍ତର ଦେଇପାରିବ। ରାଜସ୍ୱ ମନ୍ତ୍ରୀ କହୁଛନ୍ତି ପୂର୍ବ ସରକାର ଏହାର ମଞ୍ଜୁରୀ ଦେଇଥିଲା , ଆମ ପାଖରେ ତଥ୍ୟ ଅଛି ମଞ୍ଜୁରୀ ଦେଇଥିଲା ବିଜେପି ସରକାର। ଲୋକଙ୍କ ସାମ୍ନା କରିବାକୁ ସତସହାସ ନାହିଁ ବା ଅତୀତରେ ଯାହା କହୁଥିଲେ ତାହାକୁ ସାମ୍ନା କରିବାରେ ସତସାହସ ନାହିଁ। ବିଜେପି ସରକାରରେ ଯେଉଁ ଢାଞ୍ଚା ଚାଲିଛି ରାଜ୍ୟର ଯାହା ଘଟିବ ପୁର୍ବ ସରକାରକୁ ଦାୟୀ କରିଦେବେ। ବେଦାନ୍ତ ଅନେକ ନିୟମ କାନୁନ ଫୁ କରିଥିଲେ ସ୍ଥାନୀୟ ଲୋକ ଏଣୁ ବିରୋଧ କଲେ ପୁଣି ନଭେମ୍ବର ମାସରେ ସରକାର ପ୍ରତ୍ୟାହାର କଲେ । କୋଉ ଗୁଡ଼ ରହସ୍ୟ ଲୁଚାଇବା ପାଇଁ ମିଛ କହୁଛନ୍ତି ମନ୍ତ୍ରୀ। ମନ୍ତ୍ରୀ ଯେତେବେଳେ ସାଂସଦ ଥିଲେ ସେତେବେଳେ ଏହା ବିରୋଧରେ ଆନ୍ଦୋଳନ କରୁଥିଲେ ଏବେ ଶାସନ କୁ ଆସିଲେ ନିଜେ ଅନୁମୋଦନ ଦେଉଛନ୍ତି । ଏପରି ଦୋମୁହା ଚରିତ୍ର ବିଜେପି ଓ ମନ୍ତ୍ରୀ ଦେଖାଇଛନ୍ତି ବୋଲି ବିଜେଡି କହିଛି।