ଆସନ୍ତା ୨୪ରେ ମିଳିବ ସୁଭଦ୍ରା ଟଙ୍କା: ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ । ଆସନ୍ତା ୨୪ ତାରିଖରେ ମହିଳାଙ୍କ ଖାତାକୁ ତୃତୀୟ ପର୍ଯ୍ୟାୟ ଟଙ୍କା ଯିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ।୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।ଲଣ୍ଡନ ଗସ୍ତ ଶେଷ କରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ‘ସୁଭଦ୍ରା’ ଯୋଜନାକୁ ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।ସୁନ୍ଦରଗଡ଼ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଯେଉଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ।
ସେହିପରି ଡିସେମ୍ବର ମାସରେ ଅବଶିଷ୍ଟ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନା’ର ଟଙ୍କା ମିଳିବ । ଯେଉଁମାନେ ଆବେଦନ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଟଙ୍କା ଆସିନାହିଁ, ସେମାନେ ଚିନ୍ତା ନ କରିବାକୁ ପରମର୍ଶ ଦେଇଛନ୍ତି ପ୍ରଭାତୀ।ଅଯୋଗ୍ୟ ତାଲିକାରେ ଥିବା ମହିଳାମାନଙ୍କୁ ଚିନ୍ତା କରିବାର କିଛି ନାହିଁ। ସେମାନଙ୍କର ପୁନର୍ବିଚାର କରାଯାଉଛିବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।