thelifelinemedia
Latest Odisha News, Breaking News Today

ଘର ପାଇଁ ଶିକ୍ଷକଙ୍କୁ ମିଳିବ ଟଙ୍କା: ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

କଟକ: ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା। ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ। ନୂଆ ଜମି କିଣିଲେ ଅଗ୍ରୀମ ଟଙ୍କା ପାଇବେ ଶିକ୍ଷକ।ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି।

ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଆବେଦନ‌କାରୀ ମାନେ ଜମିର ତଥ୍ୟ ପ୍ରଦାନ କରିବେ। ଏଥିପାଇଁ କିଛି ଗାଇଡ଼ ଲାଇନ ରହିଛି। ସେହି ଅନୁସାରେ ଆବେଦନକାରୀଙ୍କୁ ପୁରା ତଥ୍ୟ ଦେବାକୁ ପଡିବ।ଜମିର ସବିଶେଷ ତଥ୍ୟ ଦେବା ନିହାତି ଜରୁରୀ ବୋଲି ଦର୍ଶାଯାଇଛି।ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ଦାଖଲ କରିବେ। ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି ନିର୍ମାଣ ବିଭାଗ କିମ୍ବା ବିଡିଏ, ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ଵାରା ଆକଳନ ତଥ୍ୟ ଦାଖଲ କରିବେ। ଏଥିସହ ହାଉସ ପ୍ଲାନ୍ ଦାଖଲ କରିବେ।

Leave A Reply

Your email address will not be published.