ଓଡିଶାରେ ଲଭ୍ ଜିହାଦ: ଜାଲ ବିଛାଇଥିଲା ଅଭିଯୁକ୍ତ ଯୁବକ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରଲ କରିବା ନେଇ ଧମକ ଦେଉଥିଲା

ଭୁବନେଶ୍ୱର: ଲଭ ଜିହାଦର ଜାଲ ବିଛାଇ ଥିଲା। ଅନ ଲାଇନ ଗେମରୁ ସମ୍ପର୍କ। ପରେ ସମ୍ପର୍କ ହେଲା ମଜଭୁତ। ପୁରୀରେ ଏକାଠି ହେଲେ ଯୁବକ ଯୁବତୀ। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଯୁବକ। ଆଉ ଭିଡିଓ ଭାଇରାଲ ଧମକ ନେଇ ଯୁବତୀଙ୍କୁ କରୁଥିଲା ବ୍ଲାକ ମେଲ। ଏଭଳି ଏକ ଘଟଣାରେ ଖୁଲାସା କରିଛି ପୋଲିସ। ଅଭିଯୁକ୍ତ ଯୁବକକୁ ବାନ୍ଧିଛି ପୋଲିସ। ଲଭ୍ ଜିହାଦ ନେଇ ଭୁବନେଶ୍ବର DCP ପିନାକ ମିଶ୍ର କହିଛନ୍ତି ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଅନଲାଇନ୍ ଗେମ୍ ରେ ପରିଚୟ ହୋଇଥିଲା। ଯୁବକ ପରିଚୟ ଲୁଚାଇ ପ୍ରେମ ସମ୍ପର୍କ ବଢ଼ାଇଥିଲେ। ପୁରୀରେ ଭେଟ ହୋଇଥିଲା। ଏହା ଏକ ସ୍ପର୍ଶ କାତର ବିଷୟ ହୋଇଥିବାରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରାଗଲା।ଯୁବକ ନାଁ ସମୀର ମନ୍ ଶୁର। ବିହାରର ଯୁବକ ସେ ଜାମ୍ମୁକାଶ୍ମୀର ରେ କାମ କରେ। ସମୀର କୁ ଗିରଫ କରିଛି ପୋଲିସ। ଦୁଇଟି ଫୋନ୍, ପାନ କାର୍ଡ, ଆଧାର କାର୍ଡ ଜବତ ହୋଇଛି। ଯୁବତୀଙ୍କ ବୟାନ ଆଧାରରେ ତଦନ୍ତ ଚାଲିଛି। ଯେଉଁ ଫୋନ୍ ରେ ଭିଡିଓ କରିଥିଲା ତାହା ଯାଞ୍ଚ ପାଇଁ SFSL କୁ ପଠାଯାଇଛି। ପୋଲିସ ସନ୍ଦେହ କରୁଛି ଯୁବକର ଅନ୍ୟ କିଛି ଯୁବତୀଙ୍କ ସହ ସମ୍ପର୍କ ରହିଛି କି?। ଯଦି କେହି ମଂଶୁର ଦ୍ଵାରା ପ୍ରତାରିତ ହୋଇଥାନ୍ତି ପୋଲିସକୁ ବିନା ଦ୍ବିଧାରେ କହିପାରିବେ, ତାଙ୍କ ପରିଚୟ ଗୋପନ ରଖା ଯିବ। ସବୁ ଦିଗକୁ ନେଇ ପଚରା ଉଚୁରା ହେଉଛି।ତାକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚୁରା କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।