ରତ୍ନଭଣ୍ଡାର ଭିତରେ ନାହିଁ ସୁଡ଼ଙ୍ଗ: ଏମିତି କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ୟାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।ରତ୍ନଭଣ୍ଡାର ଭିତରେ କୌଣସି ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ ନାହିଁ। ଜିପିଆର ସର୍ଭେ ପରେ ପ୍ରାରମ୍ଭିକ ଆଲୋଚନାରୁ ଏ କଥା ସାମ୍ନାକୁ ଆସିଛି।ଏବେ ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା ରହିଛି। ଚୂଡାନ୍ତ ରିପୋର୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ କହିଲେ ଆଇନ ମନ୍ତ୍ରୀ କହିଛନ୍ତି। ନୂଆବର୍ଷରେ ଗଣତି ମଣତି ପ୍ରକ୍ରିୟା କରାଯିବ। ଯାହା ଏସଓପି ରହିଛି ତାକୁ ଅନୁପାଳନ କରି ଗଣତି ମଣତି କରାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଭିଡ଼ ରହିଛି। ଏବେ ଲୋକଙ୍କ ପ୍ରବଳ ଭିଡ଼ ରହିଛି ମନ୍ଦିରରେ। ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ବ୍ୟବସ୍ଥା ହୋଇଛି। ଲୋକେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।କାର୍ତ୍ତିକ ପରେ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ।