କଂଗ୍ରେସର ପ୍ରତିଶୃତି ମିଥ୍ୟା ଓ ଅବାସ୍ତବ: କଡା ଶବ୍ଦରେ କଂଗ୍ରେସକୁ ମୋଦିଙ୍କ ନିଶାନା

ନୂଆଦିଲ୍ଲୀ: କଂଗ୍ରେସର ମିଥ୍ୟା, ଅବାସ୍ତବ ପ୍ରତିଶ୍ରୁତି ଦେଶବାସୀ ଜାଣି ସାରିଲେଣି। କଂଗ୍ରେସ ସବୁବେଳେ ମିଥ୍ୟା ଓ ଅବାସ୍ତବ ପ୍ରତିଶୃତିର କଥା କହେ। ଏପରି ମିଥ୍ୟା ପ୍ରତିଶ୍ରୁତି ଗରିବ, କୃଷକ, ଯୁବକ, ମହିଳାଙ୍କର କ୍ଷତି କରିବ ବୋଲି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଶାସନ କରୁଥିବା ୩ ରାଜ୍ୟର ଉଦାହରଣ ଦେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତେଲେଙ୍ଗାନାରେ ପ୍ରତିଶ୍ରୁତି ପାଳି ନାହାନ୍ତି। ତେଣୁ ଲୋକେ କଂଗ୍ରେସକୁ ଉଚିତ ଜବାବ ଦେଇଛନ୍ତି। ନିକଟରେମିଥ୍ୟା ପ୍ରତିଶ୍ରୁତିକୁ ବୁଝି ହରିୟାଣାବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହରିୟାଣାରେ କଂଗ୍ରେସର ଗ୍ରହଣୀୟତା ନଥିଲା। ନିର୍ବାଚନ ସମୟରେ ଲୋକଙ୍କୁ ବୋକା ବନେଇବାକୁ ଚେଷ୍ଟା କରୁଥିଲା କଂଗ୍ରେସ, ଯାହାର ପରିଣାମ ଲୋକେ ଦେଇଛନ୍ତି ବୋଲି ଟୁଇଟ ମାଧ୍ୟମରେ ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।