thelifelinemedia
Latest Odisha News, Breaking News Today

ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ: ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ। ଆଦିବାସୀ ପରମ୍ପରା ଅନୁଯାୟୀ ଦୀପାବଳି ପାଳିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୨ ଦିନିଆ ଗସ୍ତରେ କେନ୍ଦୁଝର ଯାଇଛନ୍ତି । ସୋହରାଇ ପୂଜାରେ ହେବେ ସାମିଲ ହେବେ। ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ଦୀପାବଳି ପାଳନ କରିବେ। ଆଦିବାସୀ ମାନଙ୍କ ସ୍ଵତନ୍ତ୍ର ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳନ କରିବେ। ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ ମାନେ। ମୁଖ୍ୟମନ୍ତ୍ରୀ ନିଜେ ଗାଁରେ ଏହି ପୂଜାରେ ସାମିଲ ହେବେ।

ଅନ୍ୟପଟେ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନ୍ଧକାର ଦୂରହୋଇ ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଚ୍ଛୁରିତ ହେଉ ମୁଖ୍ୟମନ୍ତ୍ରୀବାର୍ତ୍ତା ଦେଇଛନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା। ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

Leave A Reply

Your email address will not be published.