ବିଜେଡିରେ ନେତୃତ୍ୱ ସଙ୍କଟ, ୨୯ ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ: ଏମିତି କହିଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ୨୦୨୯ ମସିହା ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ। ମୋର ସନ୍ଦେହ ହେଉଛି ବିଜେଡି ୨୯ ବେଳକୁ ମୁଲପୋଛ ହୋଇ ସାରିଥିବ। ଏମିତି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର। କହିଛନ୍ତି ବିଜେଡିର ଆୟୁଷ ବହୁତ କ୍ଷୀଣ । ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ । ଆମ ସହ ଯୋଗାଯୋଗ ବେଳେ ବହୁତ ନେତା ଦଳର ସ୍ଥିତି କୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡିଥିବା କହୁଛନ୍ତି । ବିଜେଡିରେ ନେତୃତ୍ୱ ସଙ୍କଟ ଦେଖା ଦେଇଛି । କିଏ ଲିଡ଼ କରିବ କିଏ ନେତୃତ୍ୱ ନେବ ଏ ସବୁ ବିଜେଡି ନେତା ମାନେ ଚିନ୍ତିତ । ବିଜେଡିର ଅସ୍ତିତ୍ୱ ପ୍ରତି ସନ୍ଧେହ ଜାତ ହେଉଛି ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି। ବିଜେଡିର ଏଭଳି ସ୍ଥିତିର କାରଣ କହିଛନ୍ତି ଜୟ ନାରାୟଣ।ନବୀନ ବାବୁ ତାଙ୍କ ନେତା କିନ୍ତୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜ ରେ ଦେଇ ଦେଇ ଥିଲେ ସେଥିପାଇଁ ଇଏ ପରିସ୍ଥିତି। ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହି ପାରୁ ନାହାନ୍ତି। ତାଙ୍କ ଭିତରେ କଣ ବାୟୋଲୋଜି ଓ କେମେଷ୍ଟ୍ରି କଣ ଅଛି କେଜାଣି। ଏବେ ବି ସବୁବେଳେ ନବୀନ ନିବାସ ରେ ରହୁଛନ୍ତି ପାଣ୍ଡିଆନ ।
ବିଜେଡି ହେଉଛି ଗୋଟେ ଦାସତ୍ତ୍ୱ ପାର୍ଟି । ସେ ଦଳର ନେତା ମାନେ ଜରି ପକେଇବା ଚେୟାର ବୋହିବା କାମ କରିବା ଲୋକ ତାହା ନ କରି କାହିଁକି ରାଜନୈତିକ ବିବୃତ୍ତି ଦେଉଛନ୍ତି ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି।