ବିଜେଡିର ବଡ଼ ଯୋଜନା: ଦଳର ସଭ୍ୟ ସଂଗ୍ରହ ଅଭିଯାନ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଆଗକୁ ବଡ଼ ଯୋଜନା କରିବାକୁ ଯାଉଛି ବିଜେଡି। ଦଳକୁ ମଜଭୁତ ଓ ସଶକ୍ତ କରିବା ଲକ୍ଷ୍ୟରେ ବିଜେଡି ଅନେକ କାମ ହାତକୁ ନେଇଛି। ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ବରିଷ୍ଠ ନେତା ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳର ଅନେକ ତୁଙ୍ଗ ନେତା ଏବଂ ମହିଳା, ଯୁବ, ଛାତ୍ର ସଙ୍ଗଠନର ସଭାପତି ଉପସ୍ଥିତ ଥିଲେ।
ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ବାବଦରେ ଏଥିରେ ଆଲୋଚନା ହୋଇଛି। ଛାତ୍ର ସମାଜକୁ ଦଳ ସହ ଅଧିକରୁ ଅଧିକ ଯୋଡ଼ିବା ଏବଂ ନିର୍ବାଚନମଣ୍ଡଳୀସ୍ତରରେ ପ୍ରାଥମିକ ସଦସ୍ୟ ଏବଂ ସକ୍ରିୟ ସଦସ୍ୟଙ୍କ ସଂକ୍ରାନ୍ତରେ ଏଥିରେ ବିଷଦ ଭାବେ ଚର୍ଚ୍ଚା କରାଯାଇଛି।