ନଭେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ଗଡ଼ିବନି ୧୦୮ ଆମ୍ବୁଲାନ୍ସ !

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଠପ ହେବ ୧୦୮ ଆମ୍ବୁଲାନ୍ସ। ଗଡିବନି ୧୩୦୦ ଆମ୍ବୁଲାନ୍ସ।ନୂତନ ଠିକା ସଂସ୍ଥା ଉଧ୍ଯେଶ୍ୟମୂଳକ ଭାବେ ୨୦୦ କର୍ମଚାରୀ ଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଛି। ସମଗ୍ର ରାଜ୍ୟରେ ୬୦୦୦ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟରତ ଥିଲେ। କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ନୂତନ କମ୍ପାନୀରେ ନିଯୁକ୍ତି ଦାବୀ କରିଛି ମହାସଂଘ। ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନୂତନ ଭାବେ ଟେଣ୍ଡର ନେଇଥିବା ଏମ୍ରି ଗ୍ରୀନ ହେଲଥ ସର୍ଭିସ) ନାମକ ଏକ ଘରୋଇ କମ୍ପାନୀ ଗତ ୨୨ ତାରିଖରୁ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ଜରୁରୀ କାଳୀନ ସେବାକୁ ଠିକା ଭାବେ ଟେଣ୍ଡର ନେଇଛି। ସମସ୍ତ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଚଳିତ ଟେଣ୍ଡରରେ କାର୍ଯ୍ୟ କରାଇବା ପାଇଁ ନେଇଥିବା ବେଳେ ସେମାନଙ୍କ ଠାରୁ ୫୯୦ ଟଙ୍କା ଲେଖାଏଁ ଅନଲାଇନ ମାଧ୍ୟମରେ ଆଦାୟ କରି ନେଇଛି ସଂସ୍ଥା। ମାତ୍ର ଏହି ସଂସ୍ଥା ସବୁ ଜିଲ୍ଲାର ସଂଘରେ ଥିବା ଲିଡର ମାନଙ୍କୁ ଜାଣିଶୁଣି ଡ୍ୟୁଟି ଦେଉନାହିଁ କିମ୍ବା ନିଯୁକ୍ତି ଦେଉନାହିଁ। କାରଣ ପୂର୍ବରୁ ସଂସ୍ଥା ଦ୍ୱାରା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୋଷଣର ଶିକାର ହେଉଥିବାବେଳେ ମହାସଂଘର ଲିଡରମାନେ ଲଢ଼େଇ କରି କର୍ମଚାରୀମାନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି। ତେଣୁ ନୂଆ ସଂସ୍ଥା ଏବେ ଏହି ଲିଡରମାନଙ୍କୁ ଅଣଦେଖା କରି କାର୍ଯ୍ୟରେ ନିୟୋଜିତ କରୁନାହିଁ। ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଆସନ୍ତା କାଲି ସମସ୍ତ ୩୦ ଟି ଜିଲ୍ଲାର ଅଫ ଡ୍ୟୁଟି କର୍ମଚାରୀ ମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ। ଦାବୀ ପୂରଣ ନହେଲେ ଜିଲ୍ଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ ୩୦ ତାରିଖରେ ଗାଡ଼ିରେ ଥିବା GPS ବନ୍ଦ କରି ରୋଗୀସେବା ଦିଆଯିବ।ଏହାପରେ ଆସନ୍ତା ୧ ତାରିଖରୁ ପ୍ରତ୍ୟେକ ଜିଲ୍ଲାରୁ ଆମ୍ବୁଲାନ୍ସ ଗାଡ଼ି ଛାଡି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଆମ୍ବୁଲାନ୍ସ କର୍ମଚାରୀମାନେ କହିଛନ୍ତି।