ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା: ଅଡିଓ ଓ ଭିଡିଓ ରେକର୍ଡ କରିବ ବଡି କ୍ୟାମେରା

ଭୁବନେଶ୍ବର: ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିବେ । ଅମାନିଆାଙ୍କୁ ସାବାଡ୍ କରିବା ପାଇଁ କିଛି ଏମିତି ଯୋଜନା ଆଣିଛି କମିଶନରେଟ ପୋଲିସ୍ ।
ତେବେ ଭରତପୁର ଥାନା ଘଟଣା ଘଟିବା ପରେ ଏଭଳି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୋଲିସ୍ । ତାହା ପୂର୍ବରୁ ମଧ୍ୟ ଥାନାରେ ବିଭିନ୍ନ ଘଟଣା ଘଟିଥିବା ବେଳେ ସେଠାରେ କିଏ ସତ କହୁଛି? ଦୋଷୀ କିଏ? ପୋଲିସର ଭୁଲ୍ ନା ଏତଲାକାରୀଙ୍କର? ଏନେଇ ଅନେକ ଥର ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ଏହି ବଡି କ୍ୟାମେରା ଦ୍ବାରା ରେକର୍ଡ ହେବ ।