thelifelinemedia
Latest Odisha News, Breaking News Today

ଭୁବନେଶ୍ୱରରେ ବାଘ ନୁହେଁ ବଣଭୂଆଁ, ସ୍ପଷ୍ଟ କଲା ବନବିଭାଗ

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ନିକଟରେ ବାଘ ବୁଲୁଥିବାର ଯେଉଁ ଗୁଜବ ଉଠିଥିଲା, ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ତେବେ ରାତି ତମାମ ଖାନ୍ ତଲାସୀ ବେଳେ ଆଜି ଭୋର୍ ସମୟରେ କର୍ମଚାରୀମାନେ ଏକ ବଣଭୂଆଁ ଦେଖିଥିବା କହିଛନ୍ତି। ହେଲେ ଏଯାଏଁ ଧରାପଡିନଥିବାରୁ ତାହା ବାଘ କି ଅନ୍ୟ କେଉଁ ଜନ୍ତୁ ତାହା ସ୍ପଷ୍ଟ ହୋଇନି। କିନ୍ତୁ ବଣଭୂଆଁ ନେଇ ଯାହା ଆକଳନ କରାଯାଉଛି ବୋଲି କହିଛନ୍ତି ବନବିଭାଗ ।

ଶନିବାର ବିମାନ ବନ୍ଦର ଡ୍ରମ୍ପଂୟାର୍ଡ ପାଖରେ ଏକ ଜନ୍ତୁ ବୁଲୁଥିବାର ସେଠି କାମ କରୁଥିବା ଲୋକ ଦେଖିଥିଲେ । ତାହା ବାଘ ବୋଲି ସେମାନେ କହିଥିଲେ । ଏହାପରେ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ତଲାସି । କୁକୁଡା ଥୋପ ଦେଇ ଯନ୍ତା ବସାଇଥିଲା ବନବିଭାଗ । ହେଲେ ସେଥିରେ କିଛି ସୁଫଳ ନମିଳିବାରୁ ଶନିବାର ବିଳମ୍ବିତ ରାତିରେ ୪ଟି ଟ୍ରାପ୍ କ୍ୟାମେରା ଲଗାଇଥିଲେ। ହେଲେ ଏପର୍ଯ୍ୟନ୍ତ ବଣୁଆ ଜନ୍ତୁଟିର କିଛି ଟେର୍ ମିଳିନାହିଁ । ସେପଟେ ଖବର ଶୁଣିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିରହିଛି ।

Leave A Reply

Your email address will not be published.