thelifelinemedia
Latest Odisha News, Breaking News Today

ଭରତପୁର ଥାନା ଘଟଣାରେ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କଲେ ମେଜର ଓ ବାନ୍ଧବୀ: ଆଉ ୧୦ ଦିନ ବଢିଲା ସତ୍ୟପାଠ ଦାଖଲ ସମୟ ସୀମା 

ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ସତ୍ୟପାଠ ଦାଖଲ ହୋଇଛି। କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କଲେ ମେଜର ଓ ବାନ୍ଧବୀ।ଆଉ ଦଶ ଦିନ ବୃଦ୍ଧି ହେଲା ସତ୍ୟପାଠ ଦାଖଲ ସମୟସୀମା।ପବ୍ଲିକ ଡିମାଣ୍ଡରେ ସତ୍ୟପାଠ ଦାଖଲ ସମୟ ସୀମା ବୃଦ୍ଧି କରିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ। ଭରତପୁର ଥାନା ଘଟଣାରେ ଚିତ୍ତରଞ୍ଜନ ଦାସ ତଦନ୍ତ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ ସମୟ ସୀମା କୁ ବୃଦ୍ଧି କରାଯାଇଛି। ସମୟ ସୀମାକୁ ଆଉ ଦଶ ଦିନ ବୃଦ୍ଧି କରାଯିବା ସହ ଆସନ୍ତା ମାସ ଆଠ ତାରିଖକୁ ସତ୍ୟ ପାଠ ଦାଖଲ ଶେଷ ତାରିଖ କରାଯାଇଛି। ଆସନ୍ତାକାଲି ସତ୍ୟପାଠ ଦାଖଲ ଶେଷ ତାରିଖ ଥିବା ବେଳେ ଏ ସମୟ ସୀମାକୁ ବୃଦ୍ଧି କରାଯାଇଛି। ସେପଟେ ଏ ଘଟଣାରେ କମିଶନଙ୍କ ନିକଟରେ ଘଟଣା ସମ୍ପର୍କିତ ସତ୍ୟପାଠ ଦାଖଲ କରିଛନ୍ତି ମେଜର ଓ ତାଙ୍କ ବାନ୍ଧବୀ, ସେଦିନ ତାଙ୍କ ସହ କଣ ଘଟିଥିଲା ସେ ସମ୍ପର୍କରେ ନିଜ ସତ୍ୟପାଠ ରେ ଉଲ୍ଲେଖ କରିଛନ୍ତି ମେଜର ଓ ବାନ୍ଧବୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିବା ବେଳେ ଏଯାଏଁ ପାଖାପାଖି ୨୦୦ ଜଣ ସତ୍ୟପାଠ ଦାଖଲ କରିସାରିଥିବା ସୂଚନା ରହିଛି। ଶେଷ ତାରିଖ ପର୍ଯ୍ୟନ୍ତ ଆଉ କେତେ ସତ୍ୟପାଠ ଦାଖଲ କରାଯିବ ତାରି ଉପରେ କମିଶନଙ୍କ ନଜର ରହିଛି।

Leave A Reply

Your email address will not be published.