ଶ୍ଵେତପତ୍ର ଦାବି କଲା ବିଜେଡ଼ି: ବାତ୍ୟା ମୁକାବିଲାରେ ସରକାର ସଂପୂର୍ଣ୍ଣ ବିଫଳ, ଜିରୋ କାଜୁଆଲିଟି କଥା ମିଛ, ବାତ୍ୟାରେ ଯାଇଛି ୪ଜଣଙ୍କ ଜୀବନ

ଭୁବନେଶ୍ୱର: ଦାନା ବାତ୍ୟା ପରିଚାଳନା ପାଇଁ ବିଜେପି ସରକାର ଲୋକ ହସା ହୋଇଛନ୍ତି। ସରକାର ଯେଉଁଭଳି ଭାବେ ହାଇପ କରୁଥିଲେ ତାହା ଏବେ ଲୋକେ ପସନ୍ଦ କରୁନାହାଁନ୍ତି। ନବୀନ ଯାହା କରିଯାଇଛନ୍ତି ତାହାର ତୁଳନା ନାହିଁ। ଏ ସରକାର ଅବସର ଖୋଜୁଥିଲେ ପିଆର ଷ୍ଟଣ୍ଟ କରୁଥିଲେ। ନିଜ ଠାରୁ ଅଧିକ ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ଚାହିଁଥିଲେ। କେବଳ ଫୋଟୋ ଉଠାଇବାକୁ ସୁଯୋଗ ଖୋଜୁଥିଲେ। ଜିରୋ କାଜୁଆଲିଟି ଆମେ ବି କଲୁ ବୋଲି ଦେଖେଇ ହଉଛନ୍ତି। ନବୀନ ବାବୁଙ୍କ ୨୪ ବର୍ଷର ମୂଳଦୁଆ ଆଧାରରେ ସଫଳତା ମିଳିଲା। କିନ୍ତୁ ବିପର୍ଯ୍ୟୟ ପରିଚାଳନା ମୂଳଦୁଆ କୁ ବି ଠିକ୍ ଭାବେ ଅମଳ କଲେନି ବିଜେପି ସରକାର। କିଛି ଏହିଭଳି ଶବ୍ଦରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି।
ଜିରୋ କାଜୁଆଲିଟି ସମ୍ପୂର୍ଣ୍ଣ ମିଛ। ରାଜନଗରରେ ୩ ଜଣ ଓ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଜିଲ୍ଳା କେନ୍ଦୁଝରରେ ଜଣଙ୍କର ବାତ୍ୟାରେ ଜୀବନ ଯାଇଛି। ଜିରୋ କାଜୁଆଲିଟି ଆଦୌ ନୁହଁ। ୨୪ ଓ ୨୫ତାରିଖରେ ଏମାନଙ୍କ ମୃତ୍ୟୁ ହୋଇଛି ବୋଲି ଦଳ ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାର ଏଭଳି ଅଭିଯୋଗ ଆଣିଛନ୍ତି। କହିଛନ୍ତି ପ୍ରଥମେ ସରକାର ଆତଙ୍କିତ କଲେ। ଲ୍ୟାଣ୍ଡ ଫଲ ସମୟରେ ୬୦ରୁ ୧୦୦ କିମି ଯାଏ ପବନର ବେଗ ଥିଲା। ଏହା ବୈଜ୍ଞାନିକ ମାନେ କହୁଛନ୍ତି। ଲୋକଙ୍କୁ ସ୍ଥାନାନ୍ତରଣ କରିବାର ଆବଶ୍ୟକତା ନଥିଲା। କେତେ ଜଣଙ୍କୁ ସ୍ଥାନନ୍ତରଣ କରାଯାଇଛି ଓ ଜିରୋ କାଜୁଆଲିଟି ନେଇ ମୋହନ ସରକାର ଶ୍ଵେତ ପତ୍ର ଜାରି କରନ୍ତୁ ବୋଲି ବିଜେଡି କହିଛି।