thelifelinemedia
Latest Odisha News, Breaking News Today

ଦୁଇ ଦିନ ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁ ଦର୍ଶନ ବନ୍ଦ

ପୁରୀ: ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି। ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳିଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି ।

ଆନନ୍ଦ ବଜାରରେ ଥିବା ଅସ୍ଥାୟୀ ଟିଣ ବାହାର କରିଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ସିଂହଦ୍ୱାର ସମ୍ମୁଖ LED ସ୍କ୍ରିନ ଅପସାରଣ କରାଯାଇଛି।କୋଇଲି ବୈକୁଣ୍ଠ ପରିସର ଗୃହରେ ଟିଣ ସିଟ୍ ଛାତ ଉପରେ ଦିଆଯାଇଛି ବାଲି ବସ୍ତା। ସାତପାହାଚ ନିକଟରେ ଭକ୍ତଙ୍କ ସୁବିଧା ପାଇଁ ଧାଡ଼ି ବ୍ୟବସ୍ଥା ବାରିକେଡ୍ ଉପର ଛାତ କଢ଼ାଯାଇଛି। ସିଂହଦ୍ବାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ ମଧ୍ୟ କଢ଼ାଯାଇଛି। ଏଥିସହ ସିସିଟିଭି ବ୍ୟବସ୍ଥା ପ୍ରଭାବିତ ନ ହେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.