thelifelinemedia
Latest Odisha News, Breaking News Today

ବାତ୍ୟା ପାଇଁ ୨ଶହ ଟ୍ରେନ୍‌ ବାତିଲ:ଜାରି ହେଲା ହେଲ୍ପ ଲାଇନ ନମ୍ବର 

ଭୁବନେଶ୍ୱର: ବାତ୍ୟା ପାଇଁ ରେଳ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ମୁଡରେ ରହିଛି। ରିଲିଫ ଅପରେସନ, ଯାତ୍ରୀ ସୁରକ୍ଷା, ଭିତ୍ତିଭୂମି ପୁନଃଉଦ୍ଧାର ପାଇଁ ତୟାର ରେଳ ବିଭାଗ । ବାତ୍ୟା ପରେ ପୂର୍ବ ଉପକୂଳରେ ତୁରନ୍ତ ରେଳସେବାକୁ ପୁନଃଉଦ୍ଧାର ପାଇଁ ୯ଟି ୱାରରୁମ କାର୍ଯ୍ୟକାରୀ କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପ ଡେସ୍କ ଖୋଲାଯାଇଛି ।

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ୨ଶହରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି। ଅର୍ଥାତ ଆଜିଠୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୨ଶହ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ପୁରୀ ପାଇଁ ୮୯୨୬୧ – ୦୦୩୫୬, ଖୋର୍ଦ୍ଧାରୋଡ ଲାଗି ୮୯୨୬- ୧୦୦୨୧୫, ଭୁବନେଶ୍ୱର ପାଇଁ ୮୧୧୪୩-୮୨୩୭୧, କଟକ ପାଇଁ ୮୧୧୪୩-୮୨୩୫୯, ପାରାଦୀପ ପାଇଁ ୮୧୧୪୩- ୮୮୩୦୨, ଯାଜପୁର କେନ୍ଦୁଝରରୋଡ଼ ପାଇଁ ୮୧୧୪୩୮୨୩୪୨, ଭଦ୍ରକ ପାଇଁ ୮୧୧୪୩୮୨୩୦୧ ନମ୍ବର ଜାରି ହୋଇଛି ।

Leave A Reply

Your email address will not be published.