thelifelinemedia
Latest Odisha News, Breaking News Today

ବାତ୍ୟା ଦାନା ପାଇଁ ପ୍ରସ୍ତୁତି: ୧୪ ଟି ଜିଲ୍ଲାର ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଅନ୍ତେବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା

ଭୁବନେଶ୍ବର: ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ, ହଷ୍ଟେଲ, ଅନ୍ବେଷା ହଷ୍ଟେଲ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସହ ଯୋଡ଼ି ହୋଇଥିବା ହଷ୍ଟେଲ ଗୁଡ଼ିକରେ ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ୧୪ ଟି ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ଅକ୍ଟୋବର ୨୩ ରୁ ୨୫ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଥିବା ବେଳେ ହଷ୍ଟେଲଗୁଡ଼ିକ କିନ୍ତୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ରହିବ । ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଯନ୍ତ୍ରୀ, ପ୍ରଧାନଶିକ୍ଷକ, ହଷ୍ଟେଲ ପରିଚାଳକ, ମାଟ୍ରୋନ୍, ପାଚିକା ତଥା ସହାୟିକା, ଏଏନଏମ୍ ଦିଦି ପ୍ରଭୃତି ମୁଖ୍ୟାଳୟରେ ଉପସ୍ଥିତ ରହିବେ।ସମସ୍ତ ହଷ୍ଟେଲରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ, ପନିପରିବା, ପାନୀୟ ଜଳ ପ୍ରଭୃତି ମହଜୁଦ୍ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି କରି ସୂଚନା ଦିଆଯାଇଛି ।

Leave A Reply

Your email address will not be published.