ମାଡି ଆସୁଛି ବାତ୍ୟା ଦାନା : ଘଣ୍ଟା ପ୍ରତି ୧୩କିମି ବେଗରେ ଉପକୂଳ ମୁହାଁ ବାତ୍ୟା

ଭୁବନେଶ୍ୱର: ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ଦାନା। ଘଣ୍ଟା ପ୍ରତି ୧୩କିମି ବେଗରେ ବାତ୍ୟା ସ୍ଥଳଭାଗ ଆଡ଼କୁ ମାଡି ଆସୁଛି। ଏହା ଭିତର କନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ। ୨୪ ତାରିଖ ମଧ୍ୟ ରାତ୍ରିରୁ ୨୫ ତାରିଖ ସକାଳ ଭିତରେ ବାତ୍ୟାର ଲ୍ୟାଣ୍ଡ ଫଲ୍ ପକ୍ରିୟା ରହିବ। ୧ ଘଣ୍ଟା ରୁ ୨ ଘଣ୍ଟା ସ୍ଥଳ ଭାଗ ଛୁଇଁବା ପ୍ରକ୍ରିୟା ରହିବ। ଉତ୍ତର ପଶ୍ଚିମ ଦିଗରେ ଗତି କରି ଭୀଷଣ ବାତ୍ୟା ରେ ପରିଣତ ହେବ। ପାଗରେ ପରିବର୍ତ୍ତନ ଆରମ୍ଭ ହୋଇଛି। ଉପକୂଳ ଓଡ଼ିଶା ରେ ପବନ ର ବେଗ ବଢ଼ିଛି। ଅନ୍ୟପଟେ ସ୍ଥଳ ଭାଗ ଛୁଇଁଲା ବାତ୍ୟାର ବାହ୍ୟ ବଳୟ । ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି। ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବ।ରାଜଧାନୀ ଭୁବନେଶ୍ବରରେ ପାଗ ମେଘୁଆ ରହିବ । ୨୪ ଓ ୨୫ ରେ ବର୍ଷା ହେବ। ପବନର ବେଗ ୬୦ ରୁ ୭୦ ରହିବ ବୋଲି ଆକଳନ କରଯାଇଛି। ଉତ୍ତର ଓଡିଶା ବେଶୀ ପ୍ରଭାବିତ ହେବ।ଜଗସିଂହପୁର, କେନ୍ଦ୍ରାପଡ଼ା , କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରଯାଇଛି।