thelifelinemedia
Latest Odisha News, Breaking News Today

ବାତ୍ୟା ଲାଗି ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ୱର: ବାତ୍ୟା ପାଇଁ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।ଦଳ, ମତ ନିର୍ବିଶେଷରେ ସମସ୍ତେ ଏହି ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି ରାଜ୍ୟ ସଭାପତି।ଲୋକଙ୍କ ସେବା ପାଇଁ ସମ୍ମସ୍ତ ବିଧାୟକ, ସାଂସଦ, କାର୍ଯ୍ୟକର୍ତା ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥି ପକ୍ଷରୁ ବିଜେପି ଜାରି କରିଛି ହେଲ୍ପ ଲାଇନ ନମ୍ବର 06742393984। ବାତ୍ୟା ସମୟରେ ଯେମିତି ବି ଜଣେ ଲୋକ ଓଳିଏ ଖାଇବାରୁ ବଞ୍ଚିତ ନ ରହିବେ, ସେ ନେଇ କର୍ମକର୍ତ୍ତାଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସଭାପତି। ସେହିପରି କଳାବଜାରୀଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ, ଏନେଇ ସରକାରଙ୍କ ସହିତ ଆଲୋଚନା ହୋଇଛି ବୋଲି ମନମୋହନ ସାମଲ କହିଛନ୍ତି।

ଏହା ସହ ସବୁ ସାମାଜିକ ସଂଗଠନ ଆଗେଇ ଆସନ୍ତୁ ମୁକାବିଲା କରିବା ପାଇଁ ସରକାର ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି।ବିଜେପି ଜାରି କରିଛି ହେଲ୍ପ ଲାଇନ ନମ୍ବର ସେପଟେ ସରକାର ଏକ ସତର୍କ ଆପ କରିଛନ୍ତି। ସତର୍କ app ଯାହା OSDMA ଡେଭଳ୍ପ କରିଛି। Planning in advance & planning in details ( ପୂର୍ବ ଯୋଜନା ଓ ପୁନଃ ଯୋଜନା ) ହୋଇଛି।ODRAF , NDRF କୁ ପ୍ରଶାସନ ସାହାଯ୍ୟ କରିବ। ଉପକୂଳବର୍ତୀ ଅଞ୍ଚଳରେ ଯେଉଁଠି କ୍ଷୟ କ୍ଷତି ଅଧିକ ହୋଇପାରେ ତେଣୁ ଲୋକାମନଙ୍କ ଅନୁରୋଧ ନିରାପଦ ସ୍ଥାନକୁ ପଳେଇ ଆସନ୍ତୁ।୫୫୦ରୁ ଅଧିକ ଆଶ୍ରୟ ସ୍ଥଳୀ କରାଯାଇଛି।ପ୍ରଶାସନିକ କଳ ଲାଗିବ କିନ୍ତି ସାମାଜିକ ସଂଗଠନମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆହ୍ୱାନ ଦେଲେ ମନ ମୋହନ। ମ୍ୟାନେଜମେଣ୍ଟ ସିଷ୍ଟମକୁ ସଠିକ ଭାବେ ପରିଚାଳନା କରିବା ଆମ ଦାୟିତ୍ୱ।ବିଜେପିର ସମସ୍ତ କାର୍ଯ୍ୟକର୍ତାଙ୍କୁ ଅନୁରୋଅଧ ସମସ୍ତେ ସକ୍ରିୟ ରହିବେ, ଲୋକଙ୍କ ପାଖେ ପଂହଁଚିବ।ଦଳ, ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ବାତ୍ୟାକୁ ସାମ୍ନା କରିବାକୁ ଅନୁରୋଧ କରିଛନ୍ତି ମନ ମୋହନ। ଆତଙ୍କିତ ଓ ଭୟଭିତ ନ ହେବକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ବିଜେପି ରାଜ୍ୟ ସଭାପତି।

Leave A Reply

Your email address will not be published.